Sat. Mar 7th, 2026

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଉଚ୍ଛେଦ ଆରମ୍ଭ

168 Views

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ମଧ୍ୟରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା। ଆଜି ମଙ୍ଗୁ ମଠକୁ ଲାଗି ରହିଥିବା ଏମାର ମଠର ଅବଶିଷ୍ଟାଂଶକୁ ଉଚ୍ଛେଦ କରାଯାଇଛି। ଏହାପରେ ପାଳି ମଙ୍ଗୁ ମଠର। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ମଠର ମନ୍ଦିର, ଗାଦିଘର ଓ ମହନ୍ତଙ୍କ ବାସଗୃହ ଛାଡ଼ି ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯିବ। ଏହି ମଠରେ ଲଜିଂ ଓ ହୋଟେଲ ସହ ୨୦ଟି ଦୋକାନ ଘର ରହିଛି। ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଖାଲି କରାଯିବାରେ ବିଳମ୍ବ ଯୋଗୁଁ ଉଚ୍ଛେଦ କାର୍ଯ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି।

ମଠ ଉଚ୍ଛେଦ ପାଇଁ ୪ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏନେଇ ମଠର ମହନ୍ତଙ୍କ ସହ ମଧ୍ୟ ପ୍ରଶାସନ ପୂର୍ବରୁ ଆଲୋଚନା କରିଛି।

By amfnews

Related Post