Sun. Mar 8th, 2026

ଶ୍ରୀମନ୍ଦିର ସଂସ୍କାରନେଇ ଗଜପତି ମହାରାଜଙ୍କୁ ଭେଟିଲେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ

221 Views

ପୁରୀ : ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ସକାଳେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟି ଶ୍ରୀମନ୍ଦିରର ସଂସ୍କାର ନେଇ ଆଳୋଚନା କରିଛନ୍ତି।

ଶ୍ରୀନଅର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆମିକସ୍‌ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହିତ ଆଲୋଚନା କରିଛନ୍ତି।ଚନା ଯୋଗ୍ୟ ଯେ ଗତକାଲି  ଆମିକସ୍‌ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ ପୁରୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଙ୍କ ସହିତ  ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିବା ପରେ  ପୁରୀ ଗୋବର୍ଦ୍ଧନ ପୀଠାର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି  ଆଲୋଚନା କରିଥିଲେ। ଆଜି  ଆମିକସ୍‌ କ୍ୟୁରୀ ଶ୍ରୀ ସୁବ୍ରମଣ୍ୟମ  ଶ୍ରୀମନ୍ଦିର ପରିଚାଳନା କମିଟି , ଛତିଶା ନିଯୋଗ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

By amfnews

Related Post