134 Views
ପୁରୀ, ଜାନୁଆରୀ ୧୦ : ବଡଠାକୁରଙ୍କ ଦର୍ଶନ ନେଇ ଲାଗୁ ହୋଇଥିବା କଟକଣା କୋହଳ ହୋଇପାରେ । ସେଥିଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯିବ। ଜିଲ୍ଲାପାଳ, ଏସ୍ପି ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା କରିବେ।
ଶ୍ରୀମନ୍ଦିର ଖୋଲିବା ପରେ କୋଭିଡ ନେଗେଟିଭ ରିପୋର୍ଟ ନଦେଲେ ଠାକୁରଙ୍କ ଦର୍ଶନ ହୋଇପାରିବନି ବୋଲି କୁହାଯାଇଥିଲା । ସେଥିଲାଗି ମଧ୍ୟ ଅନେକ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ନେଗେଟିଭ ରିପୋର୍ଟ ନଦେଖେଇ ପାରି ଦର୍ଶନରୁ ବଞ୍ଚିତ ହେଉଥିଲେ ।
ସୂଚନାଯୋଗ୍ୟ, ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଛି। ପ୍ରଥମେ ସେବାୟତ ଓ ସେବାୟତଙ୍କ ପରିବାର ଦର୍ଶନ କରିଥିଲେ। ଏହାପରେ ପୁରୀ ବାସିନ୍ଦା ଏବଂ ଜାନୁୟାରୀ ୩ରୁ ସର୍ବସାଧାରଣ ଦର୍ଶନ କରୁଛନ୍ତି।