ଯାଜପୁର : ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁରଠାରେ ଶ୍ରୀବନ୍ତପୁର ମହାବୀର କ୍ରିକେଟ ଉଦଘାଟିତ ହୋଇଛି । ଉଦଘାଟନ ମ୍ୟାଚରେ ଶନିଦେବ କ୍ରିକେଟ ଟିମ ରାଛିପୁରକୁ ହରାଇ ମା ଖଣ୍ଡୁଆଳି କ୍ରିକେଟ କ୍ଲବ ଖପୁରିଆପଦା ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଖପୁରିଆପଦା ୧୦ ଓଭରରେ ୯ ଉଇକେଟ ହରାଇ ୧୦୨ ରନ କରିଥିଲେ । ଖପୁରିଆପଦାର ତନ୍ମୟ ପୁରୀ ୧୬ ଟି ବଲରେ ୪ ଟି ଛକା ୩ ଟି ଚୌକା ସହାୟତାରେ ୩୮ ରନ ସଂଗ୍ରହ କରିଥିଲେ । ରାଛିପୁରର ବିଜୟ ପାଢୀ ୩ ଓଭର ବୋଲିଂ କରି ୫ ଉଇକେଟ ଅକ୍ତିଆର କରିଥିଲେ ।
ଏହାର ଜବାବରେ ରାଛିପୁର ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୭୩ ରନ ସଂଗ୍ରହ କରିଥିଲେ । ସେହିପରି ଉଦଘାଟନ ଦିବସର ଦ୍ୱିତୀୟ ମ୍ୟାଚରେ ଶ୍ରୀ ଶ୍ରୀ ଚୈତନ୍ୟ କ୍ରିକେଟ ଟିମ ଦହିପୁର ହରାଇ ଜେ.ସି.ସି ଦଳଗାଁ ଟିମକୁ ବିଜୟୀ ହୋଇଛି । ଦଳଗାଁ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮ ଉଇକେଟ ହରାଇ ୧୧୭ ରନ କରିଥିଲେ । ଦଳଗାଁର ସରୋଜ ୧୯ ବଲରେ ତିନୋଟି ଚୌକା ସହାୟତାରେ ୪୮ ରନ ସଂଗ୍ରହ କରିଥିଲେ ।
ଏହାର ଜବାବରେ ଦହିପୁର ୧୦ ସଭରରେ ସମସ୍ତ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲେ । ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଗ୍ରାମାଞ୍ଚଳରେ କ୍ରିଡାର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ଯୁବସମାଜ ଦୁର୍ନିତି ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ରଳ ସାହୁ ଏବଂ ବିକି ଜେନା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ବାପି ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ ।