Mon. Jun 9th, 2025

ଶ୍ରୀନଗର ଗସ୍ତ ପାଇଁ ଅନୁମତି ପାଇଲେ ସୀତାରାମ ୟେଚୁରୀ; ଗସ୍ତ ରାଜନୈତିକ ନ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ସର୍ତ୍ତ

By amfnews Aug 28, 2019 #Featured
169 Views

ନୂଆଦିଲ୍ଲୀ  : କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଜମ୍ମ ଓ କଶ୍ମୀରରେ ଅଟକ ରଖାଯାଇଥିବା ଦଳୀୟ ସହକର୍ମୀ ମହମ୍ମଦ ୟୁସୁଫ୍‌ ତରିଗାମିଙ୍କ ଅବସ୍ଥା ବୁଝିବାକୁ ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ସୀତାରମ ୟେଚୁରୀଙ୍କୁ ଶ୍ରୀନଗର ଗସ୍ତ କରିବାକୁ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି।

କଶ୍ମୀର ଗସ୍ତ ପାଇଁ ସର୍ତ୍ତ ରଖି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ କେବଳ ତାଙ୍କ ଦଳୀୟ ସହକର୍ମୀ ତରିଗାମିଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି। ଅନ୍ୟ କୌରସି ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ।

ଏହାକୁ ରାଜନୈତିକ ଗସ୍ତ ଭାବେ ବିବେଚନା ନ କରିବାକୁ କହି ସୁପ୍ରିମ୍‌ କୋର୍ଟ ୟେଚୁରୀଙ୍କୁ କହିଛନ୍ତି  ଯେ ତରିଗାମିଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଛଡ଼ା ସେ ଯେମିତି ଅନ୍ୟ କୌଣସି କଥା ନ ଉଠାନ୍ତି। ଶ୍ରୀନଗରୁ ଦିଲ୍ଲୀ ଫେରିବା ପରେ ସୁପ୍ରିମ୍‌ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସୀତାରାମ ୟେଚୁରୀଙ୍କୁ କୁହାଯାଇଛି। ସିପିଆଇ(ଏମ୍‌)ର କେନ୍ଦ୍ରୀୟ କମିଟିର ସଦସ୍ୟ ଏବଂ ଜମ୍ମୁ ଓ କଶ୍ମୀର ବିଧାନସଭାରେ ଚାରି ଥର ବିଧାୟକ ଥିବା ତରିଗାମିଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିବା କଥା ଦଳୀୟସୂତ୍ରରୁ ଜଣାପଡ଼ିଛି।

By amfnews

Related Post