Sun. Mar 8th, 2026

ଶ୍ରମିକଙ୍କୁ ନେଇ ଯାଉଥିଲା ଗାଡ଼ି, ଓଲଟି ପଡ଼ିଲା

185 Views

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ଗୋଡିଖାଳ ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସି ଗାଡି ଓଲଟି ୮ ଜଣ ଆହତ ହୋଇଛନ୍ତି। ଆହତମାନେ ସମସ୍ତେ ଜଳେଶ୍ଵର ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆଜି ସକାଳେ ଜଳେଶ୍ଵର ଥାନା ପଞ୍ଚୁଘଣ୍ଟାରୁ ଏକ ଟାଟା ଏସିରେ ୨୦ଜଣ ଶ୍ରମିକ ମିକ୍ସଚର ମେସିନ ଲୋଡ କରି ଦ୍ରୁତ ଗତିରେ ଅମର୍ଦାରୋଡ ଯାଉଥିଲେ। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଗୋଡିଖାଳ ନିକଟରେ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ୨୦ଜଣଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

By amfnews

Related Post