Sat. Nov 23rd, 2024

ଶେଷରେ ମୁହଁ ଖୋଲିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା; କହିଲେ ଗଲା ୬ ମାସ ଧରି ନିରବ ରହିଲି, ଏବେ ଆଉ ନୁହେଁ!

By amfnews Jan 31, 2019 #Featured
295 Views

ବେଙ୍ଗାଲୁରୁ, 31 Jan. 2019: କର୍ଣ୍ଣାଟକରେ କଂଗ୍ରେସ- ଜେଡି(ଏସ୍‌) ମିଳିତ ସରକାରକୁ ୬ ମାସ ପୂରଣ ହୋଇଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ଜେଡିଏସ୍‌ (ଜନତା ଦଳ ସେକୁଲାର)ର ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା।

Former PM HD Deve Gowda: I am in pain, today six months have completed since Kumaraswamy became Chief Minister. All kinds of things have happened in these 6 months, till now I have not opened my mouth but I can’t keep quiet now. (30.1.19)

View image on Twitter

Former PM HD Deve Gowda: Is this any way to run a coalition government, where every day you have to request your coalition partner to not give unparliamentary remarks (30.1.19) pic.twitter.com/PMrlyCUmst

View image on Twitter
ANI @ANI

ଏତିକିରେ ଅଟକି ଯାଇ ନାହାନ୍ତି ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, କହିଛନ୍ତି ବିଗତ ୬ ମାସ ହେଲାଣି, ଯେବେଠାରୁ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେଲେଣି ସେବେଠାରୁ ମୁଁ ଅସହ୍ୟ ଯନ୍ତ୍ରଣା ମଧ୍ୟରେ ମୋ ଦିନ କାଟୁଛି। କାରଣ, ଏଇ ୬ ମାସର ସମୟ କାଳ ମଧ୍ୟରେ ସବୁ ପ୍ରକାରର ଘଟଣା ଘଟି ଗଲାଣି। ଏସବୁ ସତ୍ତ୍ୱେ ମୁଁ ଆଜି ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରି ଆସିଥିଲି। କିନ୍ତୁ, ଆଉ ନିରବ ରହିବା ମୋ ପକ୍ଷରେ ସମ୍ଭବ ନୁହେଁ ବୋଲି କହିବା ସହ ପରୋକ୍ଷରେ କଂଗ୍ରେସକୁ ଏସଂପର୍କରେ ସଚେତନ ହେବାକୁ ଚେତାଇ ଦେଇଛନ୍ତି। ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ାଙ୍କ ଏପ୍ରକାର ବୟାନ ଦେଶର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

By amfnews

Related Post