Wed. Mar 11th, 2026

ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କୁ ମାଡ଼ ଘଟଣା

167 Views

ଭୁବନେଶ୍ୱର  :   ଆଜି ବିଧାନସଭାର ଶୂନ୍ୟକାଳରେ କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ, ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏସ୍‌ପି ନିତିଶେଖର ସାମ୍ବାଦିକଙ୍କୁ ମାଡ ମାରିଛନ୍ତି।  ଯାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ। ତେଣୁ ସମ୍ପୃକ୍ତ ଏସ୍‌ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍‌ ତାଙ୍କୁ ନିଲମ୍ବନ କରାଯାଉ ବୋଲି ବାଚସ୍ପତିଙ୍କୁ କହିଛନ୍ତି।

ଏନେଇ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଏହା ରାଜତନ୍ତ୍ର, ଗଣତନ୍ତ୍ର ନା ନବୀନ ତନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ତାରାପ୍ରସାଦ ବାହିନୀପତି  କହିଛନ୍ତି। ତେବେ ଏସ୍‌ପିଙ୍କ ନିଲମ୍ବନ ଦାବି କରି ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।  ବାଚସ୍ପତି ରୁଲିଂ ନଦେବାରୁ ଗୃହର ମଧ୍ୟଭାଗରେ ବିଜେପି ବିଧାୟକମାନେ ଧାରଣା ଦେଇଛନ୍ତି।

By amfnews

Related Post