189 Views
ନୂଆଦିଲ୍ଲୀ, ଅକ୍ଟୋବର ୨୮: ଝାନସୀରେ ଡ୍ୟୁଟି ସମୟରେ ଏକ ମହିଳା ପୋଲିସ କର୍ମୀଙ୍କ ସହ ଶିଶୁ କନ୍ୟା ଫଟୋ ଭାଇରାଲ ହେବା ପରେ ଉତର ପ୍ରଦେଶର ଡିଜିପି ତାଙ୍କର ପ୍ରସଂଶା କରିଛନ୍ତି । ଡିଜିପି ଓପି ସିଂହ ଅର୍ଚ୍ଚନାଙ୍କ କାମକୁ ପ୍ରସଂଶା କରି ତାଙ୍କ ଏହି ଶୈଳୀକୁ ପ୍ରେରଣା ଦାୟୀ ବୋଲି କହିଛନ୍ତି । ସିଂହ ତାଙ୍କୁ ୨୧ ତମ ମସିହାର ମହିଳାଙ୍କ ଏକ ଭଲ ଉଦାହରଣ ବୋଲି କହିଛନ୍ତି । ସେ ଅର୍ଚ୍ଚନାଙ୍କୁ ଆଗ୍ରା ବଦଳିର ମଧ୍ୟ ଆଦେଶ ମଧ୍ୟ ଦେଇଦେଲେ କି ତାଙ୍କୁ ତାଙ୍କ ଘର ନିକଟ ହେବ ।
ଏହା ପୂର୍ବରୁ ଶିଶୁକୁ ସେ ଟେବୁଲ ଉପରେ ଶୁଆଇ କାମ କରୁଥିଲେ ମହିଳା ପୋଲିସ କର୍ମୀ । ତାଙ୍କର ଏହି ଫଟୋ ସହକମୀ ଉଠାଇ ଭାଇରାଲ କରିବା ପରେ ଲୋକମାନେ ଅର୍ଚ୍ଚନାଙ୍କୁ ପ୍ରସଂଶା କରିଥିଲେ । ଅର୍ଚ୍ଚନା ଝାନସୀ ପୋଲିସ କୋତାବଲୀରେ କନେଷ୍ଟବଳ ପଦବୀରେ ନିୟୋଜିତ ଅଛନ୍ତି ।
ଅର୍ଚ୍ଚନାଙ୍କ ସ୍ୱମୀ ବାହାରେ ଏକ ପ୍ରଇଭେଟ ଚାକିରି କରନ୍ତି । ସେ ସକାଳୁ ନିଜ ଝିଅକୁ ସହିତ କୋତାବଲୀ ଆସିଥାନ୍ତି । ସେଠାରେ ଝିଅର ଦେଖାଶୁଣା କରିବା ସହିତ ଅଫିସ କାମ ମଧ୍ୟ କରିଥାନ୍ତି । ଅର୍ଚ୍ଚନାଙ୍କ କହିବା ଅନୁଯାୟୀ ଏହା ଦ୍ୱାରା ତାଙ୍କୁ ବହୁତ କଷ୍ଟ କରବାକୁ ପଡୁଛି । ସାକଳୁ ତାଙ୍କୁ ସବୁ କାମ କରିବାକୁ ପଡୁଛି । ତାଙ୍କର ଆଉ ଗୋଟେ ଝିଅ ମଧ୍ୟ ଅଛି । ତାଙ୍କ ଶାଶୁ ଶଶୁର ଅନ୍ୟ ଝିଅର ଯତ୍ନ ନିଅନ୍ତି ।