Sun. Mar 8th, 2026

ଶିଶୁକନ୍ୟା ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

267 Views

ରାଜକନିକା : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ରଞ୍ଜିତ୍ ରାଉତ(୨୨)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗରୁ ଜଣାପଡ଼ିଛି, ଗତକାଲି ଶିଶୁକନ୍ୟା ଜଣକ ଘର ବାଡ଼ି ପଟକୁ ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାକୁ ଜଙ୍ଗଲିଆ ସ୍ଥାନକୁ ଟେକି ନେଇ ଦୁର୍ଷ୍କମ କରିଥିଲେ। ପୀଡ଼ିତା ଏ ସମ୍ପର୍କରେ ଘରେ ଜଣାଇବା ପରେ ପରିବାର ଲୋକେ ଏ ନେଇ ରାଜକନିକା ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା(୨୯/୧୯)ରୁଜୁ କରି ଘଟଣାର ତଦନ୍ତ କରିବା ପରେ ରଞ୍ଜିତଙ୍କୁ ଗିରଫ କରିଥିଲା।

By amfnews

Related Post