Sun. Mar 8th, 2026

ଶିବରାଜଙ୍କ ଚେତାବନୀ, ମୁଁ ଜୀବିତ ଅଛି, ମୋର କର୍ମକର୍ତ୍ତାଙ୍କୁ ଫସାଉଥିବା ଲୋକଙ୍କୁ ଛାଡ଼ିବିନି

218 Views

ଭୋପାଳ, ଡିସେମ୍ବର ୨୭ : ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ ମଧ୍ୟ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କ୍ରମାଗତ ଭାବରେ ଲୋକଙ୍କ ସହିତ ସଂପର୍କ ରଖିଛନ୍ତି। ଶିବରାଜ ସିଂହ ପୂର୍ବରୁ ଯେମିତି ଲୋକଙ୍କ ନିକଟରେ ଥିଲେ, ଆଜିବି ସେଥିରୁ ବ୍ୟତିକ୍ରମ ଦେଖାଯାଇ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ମଙ୍ଗଳବାର କହିଛନ୍ତି, ମୋର କର୍ମକର୍ତ୍ତାଙ୍କୁ ଫସାଉଥିବା ଲୋକଙ୍କୁ ଛାଡ଼ିବି ନାହିଁ। ସେ କହିଛନ୍ତି,  ନିକଟରେ ବିଧାନସଭା ନିର୍ବାଚନରେ ଆମକୁ ଅଧିକ ଭୋଟ ମିଳିଛି, କିନ୍ତୁ ସାମାନ୍ୟ କମ ଆସନ ମିଳିଛି। ମୁଁ କମଲନାଥ ସରକାରଙ୍କୁ କହିଛି, ଲୋକକଲ୍ୟାଣ ମୂଳକ ଯୋଜନା ବନ୍ଦ ନହେବା ଦରକାର।

ଅମରକଣ୍ଟକ ଏକ୍ସପ୍ରେସ ଟ୍ରେନରେ ହୋସଙ୍ଗାବାଦ ଠାରୁ ଭୋପାଳ ଯାଉଥିବା ବେଳେ ଶିବରାଜ ସିଂହ ଚୌହାନଙ୍କୁ ଭେଟିବା ପାଇଁ କର୍ମକର୍ତ୍ତାମାନେ ପ୍ରବଳ ଭିଡ ଲଗାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଶିବରାଜଙ୍କ ଲୋକପ୍ରିୟତା କମ ହୋଇ ନାହିଁ। ଶିବରାଜ ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି, ନୂଆ ସରକାରକୁ କାମ କରିବାକୁ ଦିଆଯାଉ। ଶିବରାଜ କହିଛନ୍ତି, ମୋତେ ଜଣା ନଥିଲା ଯେ,  ନିର୍ବାଚନରେ ହାରିବା ପରେ ବି ନାୟକଙ୍କ ଭଳି ସ୍ୱାଗତ କରାଯିବ। ସେ କହିଥିଲେ ‘ଟାଇଗର ବଂଚିଛି’ ଏବଂ ନୂତନ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ମୋର କର୍ମକର୍ତ୍ତାଙ୍କୁ ଯିଏ ଫସାଇବ ତାଙ୍କୁ ଛଡାଯିବ ନାହିଁ।

ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ଦେଶବ୍ୟାପୀ ସମେତ ମଧ୍ୟପ୍ରଦେଶରେ ମଧ୍ୟ ‘ସ୍ୱାୟତ୍ତଶାସନ ଦିବସ’ ରୂପେ ପାଳନ କରାଯାଇଛି। ଏହି ଅବସରରେ ଶିବରାଜ ସିଂହ ଚୌହାନ ଅନୁପପୁର ପହଂଚିଥିଲେ। କାର‌୍ୟ୍ୟକ୍ରମସ୍ଥଳରେ ଶିବରାଜଙ୍କୁ ମହାଆଡମ୍ବର ସହିତ ସ୍ୱାଗତ କରାଯାଇଥିଲା। ଏଥିରୁ ହିଁ ଜଣାପଡ଼ିଥିଲା ଯେ, ଲୋକଙ୍କ ହୃଦୟରେ ଶିବରାଜ ଏବଂ ବିଜେପି ପାଇଁ ସ୍ଥାନ ରହିଛି।

By amfnews

Related Post