Sun. Mar 8th, 2026

ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣଙ୍କ ପୁଅ ଦେବାଶିଷ ପାତ୍ର ଗିରଫ

237 Views

ଆନନ୍ଦପୁର : ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଗିରଫ କଲା ପୁଲିସ। ଗତକାଲି ଆନନ୍ଦପୁର ପଦନା ଛକରେ ପୁଲିସକୁ ଆକ୍ରମଣ କରିବା, ଘସିପୁରା ଠାରେ ପୌର ଉପାଧ୍ୟକ୍ଷଙ୍କ ଗାଡ଼ି ଉପରେ ଆକ୍ରମଣ ଏବଂ ୬ଜଣଙ୍କୁ ହଣାକଟା ଅଭିଯୋଗରେ ଛତିଆ ଟାଙ୍ଗି ଅଞ୍ଚଳରୁ ଆଜି ତାଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଦିନ ଏକ ଫେସ୍‌ବୁକ୍‌ କମେଣ୍ଟକୁ ନେଇ ଘସିପୁରାରେ ତୁମୁଳକାଣ୍ଡ ଘଟିଥିବା ବେଳେ ସେହିଦିନ ଆନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ବୋଲେରୋ ଉପରକୁ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କର ଗାଡି ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ଡ୍ରାଇଭର ଜଣକ ଆହତ ହୋଇଥିଲେ। ଏହା ସହ ସନାସେନାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା। ଏଥିରେ ୬ ଜଣ ସନାସେନା ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ପୁଅଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ବହୁଦିନ ପରେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାନଯିବାରୁ ଅସନ୍ତୋଷ ଦେଖାଦେଇଥିଲା। ଏପରିକି କିଛିଦିନ ତଳେ ମନ୍ତ୍ରୀଙ୍କ ପୁଅକୁ ଗିରଫ ଦାବିରେ ଥାନା ଘେରାଉ ସହ ଆନ୍ଦୋଳନ ମଧ୍ୟ ହୋଇଥିଲା। ତେବେ ଶେଷରେ ଆଜି ପୁଲିସ ଅଭିଯୁକ୍ତ ଦେବାଶିଷକୁ ଚଣ୍ଡିଖୋଲରୁ ଗିରଫ କରିଛି।

By amfnews

Related Post