Mon. Jun 9th, 2025

ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ହେବେନି ଅଭିନେତା ଜାଣନ୍ତୁ, ସେ କ’ଣ କରିବେ

By amfnews Dec 17, 2018 #Featured
233 Views

ମୁମ୍ବାଇ, ଡିସେମ୍ବର ୧୭ : ବଲିଉଡର ବାଦଶାହା ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ତ ଅଭିନୟ କ୍ଷେତ୍ରରେ କ୍ୟାରିଅର୍‌ କରିବେ ବୋଲି ଢେର ଦିନ ଆଗରୁ ଜଣାପଡ଼ିଲାଣି। କାରଣ ସେ ମଝିରେ ମଝିରେ ସୋସିଆଲ୍‌ ମିଡିଆରେ ନିଜର ଫଟୋ ସେଆର୍‌ କରି ଚର୍ଚ୍ଚାରେ ରହୁଛନ୍ତି। ଏପରିକି ସୁହାନା ଖାନ୍‌ କରଣ ଜୋହରଙ୍କ ଫିଲ୍ମରୁ ଡେବ୍ୟୁ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

ହେଲେ ଶାହାରୁଖ୍‌ ନିଜର ଅନ୍ୟ ପିଲାମାନଙ୍କର କ୍ୟାରିଅର୍‌କୁ ନେଇ ଚିନ୍ତିତ। ନିକଟରେ ଏ ବିଷୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏ ସଂପର୍କରେ ଶାହାରୁଖ ଖାନ୍‌ କହିଛନ୍ତି ଯେ ତାଙ୍କ ପୁଅ ଆର୍ଯ୍ୟନ୍‌ ବଲିଉଡରେ ଅଭିନେତା ହେବାକୁ ଚାହୁଁ ନାହାଁନ୍ତି। ସେ ଫିଲ୍ମ ନିର୍ମାଣ କରିବାକୁ ଚାହାଁନ୍ତି। ଏପରିକି ନିର୍ଦ୍ଦେଶନା କ୍ଷେତ୍ରରେ ବି ପାଦ ଥାପିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଟ୍ରେନିଂ ବି ନେଉଛନ୍ତି। କିନ୍ତୁ ଅବ୍‌ରାମ ଭବିଷ୍ୟତରେ କ’ଣ ହେବ ତା’ର ଉତ୍ତର ସେ ନିଜେ ଦେଇ ପାରିବେ ନାହିଁ। ଅବରାମ ଏବେ ବହୁତ ଛୋଟ। ସେହି ପ୍ରଶ୍ନର ଉତ୍ତର ପାଇବା ଲାଗି ଆଉ କିଛି ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶାହାରୁଖ୍‌ ଖାନ୍‌ କହିଛନ୍ତି।

By amfnews

Related Post