Sat. Mar 7th, 2026

ଶାନ୍ତି ପାଇଁ ସବୁ ପ୍ରକାର ଉଦ୍ୟମ କାମରେ ଭାରତ ସହିତ ରହିବାକୁ ଚାହୁଁଛି ଆଫଗାନିସ୍ତାନ

321 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : ଆମେରିକା ଓ ଋଷିଆ ତରଫରୁ ତାଲିବାନ ସହିତ ସଂପର୍କ ନେଇ ଆଲୋଚନା ଚାଲିଥିବା ବେଳେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ଗୁରୁବାର କହିଛନ୍ତି, ତାଙ୍କର ଦେଶ ଚାହୁଁଛି, ଶାନ୍ତି ପାଇଁ ସମସ୍ତ ପ୍ରକାରର ଉଦ୍ୟମରେ ଭାରତ ସହିତ ରହୁ ଏବଂ ଅନ୍ୟ ଦେଶ ଠାରୁ ଅଲଗା ରହି ନିଜସ୍ୱ ବଳରେ ବହୁତ କିଛି କରୁ। 

‘ରାୟସୀନା ଡାଇଲଗ୍‌’ରେ କରଜାଇ କହିଛନ୍ତି, ଆଫଗାନିସ୍ତାନରେ ଶାନ୍ତି ଆଣିବାକୁ ପାକିସ୍ତାନକୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ପୂର୍ବତନ ରାଷ୍ଟ୍ରପତି କହିଛନ୍ତି, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତମ ସଂପର୍କ ରହିଛି, ଯାହାକି ଆଶା ଠାରୁ ଅଧିକ।

ସେ କହିଛନ୍ତି, ଆମେ ଚାହୁଁଛୁ ଯେ, ଆଫଗାନିସ୍ତାନରେ ଭାରତ ବହୁ କିଛି କରୁ। ଅନ୍ୟ ସବୁ ଦେଶ ଠାରୁ ଅଲଗା ରହି ନିଜସ୍ୱ ବଳରେ କାମ କରୁ। ଆମର ସଂପର୍କ ବହୁତ ଭଲ ଏବଂ ଏହି କାରଣରୁ ବହୁ ଆଶା କରୁଛୁ। ଏଥି ପାଇଁ ଆମେ ଚାହୁଁଛୁ ଯେ, ସମସ୍ତ ପ୍ରକ୍ରିୟାରେ ଆଫଗାନିସ୍ତାନରେ ସ୍ଥିରତା ଅଣାଯାଇପାରିବ।

By amfnews

Related Post