142 Views
ରାଉରକେଲା, ୭ା୮(): ସେକ୍ଟର-୧୬ ଅଞ୍ଚଳରୁ ଶରୀର ବିହୀନ ଏକ ନବଜାତକ ଶିଶୁର ଶବ ଉଦ୍ଧାର ହୋଇଛି । ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସେକ୍ଟର-୧୬ ମାଡ୍ରାସ କ୍ୟାଣ୍ଟିନ ପଛପଟେ ଏକ ନବଜାତକ ଶିଶୁର ମୁଣ୍ଡ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ ।
ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା । କୁକୁର, ବିଲୁଆ ଆଦି ଶିଶୁର ଶରୀରକୁ ଖାଇ ଦେଇଥିବା ଅନୁମାନ କରାଯାଉଛି । ଶିଶୁଟି ଜନ୍ମ ପରେ ମରି ଯାଇଥିବା କିମ୍ବା ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି ।
କାହାରି ଅବୈଧ ସନ୍ତାନ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି । ଲୋକଲଜ୍ଜା ଭୟରେ ଜନ୍ମ ପରେ ଶିଶୁକୁ କେହି ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି । ତେଣୁ ଶବକୁ ବିଲୁଆ କୁକୁର ଖାଇ ଦେଇଛନ୍ତି ।