Thu. Dec 26th, 2024

ଶକ୍ତ ହେଲା ଏସ୍‌ବିଆଇ ନିୟମ, ପାନ୍ କାର୍ଡ ନଥିଲେ ଅନ୍ତର୍ଜାତୀୟ ନେଣଦେଣରେ ହେବ ସମସ୍ୟା!

By amfnews Feb 9, 2021 #Featured
114 Views

ନୂଆଦିଲ୍ଲୀ, ଫେବୃଆରୀ ୦୯ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ରେ ଯଦି ଆପଣଙ୍କ ଆକାଉଣ୍ଟ ରହିଛି, ତା’ହେଲେ ଏହି ଖବର ତା’ହେଲେ ଜାଣନ୍ତୁ । ଏସ୍‌ବିଆଇ ଖାତା ସହିତ ପାନ କାର୍ଡ ନମ୍ବର ସଂଯୋଗ ନହେଲେ ଅନ୍ତର୍ଜାତୀୟ ନେଣଦେଣରେ ସମସ୍ୟା ଉପୁଜିବ । ମୋଟାମୋଟି ଭାବେ କହିବାକୁ ଗଲେ ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ସହିତ ପାନ କାର୍ଡ ଲିଙ୍କ କରି ନାହାନ୍ତି, ତାହେଲେ ବିଦେଶକୁ ଟଙ୍କା ପଠାଇପାରିବେ ନାହିଁ । ସେହିଭଳି ଯେତେବେଳେ ବିଦେଶ ବୁଲିବାକୁ ଯାଇଥିବେ, ସେଠାରେ ମଧ୍ୟ ଏଟିଏମ୍‌ର ବ୍ୟବହାର କରିପାରିବେ ନାହିଁ । 

ଏସ୍‌ବିଆଇର ଯେକୌଣସି ଗ୍ରାହକ ଉଭୟ ଅଫଲାଇନ ଓ ଅନଲାଇନ୍ ମାଧ୍ୟମରେ ଏସ୍‌ବିଆଇ ଆକାଉଣ୍ଟସହ ନିଜର ପାନ କାର୍ଡ ନମ୍ବର ସଂଯୋଗ କରିପାରିବେ । ଅନଲାଇନ ପାଇଁ ଗ୍ରାହକଙ୍କୁ www.onlinesbi.com ଯାଇ My Accounts ବିକଳ୍ପ ଚୟନ କରିବାକୁ ହେବ । ନିମ୍ନରେ ଦିଆଯାଇଥିବା Profile-Pan Registration ଉପରେ କ୍ଲିକ କରିବାକୁ ହେବ । ଏହା ପରେ ଏକ ନୂଆ ପେଜ ଖୋଲିବ । ଯଦି ଆପଣଙ୍କ ପାନ ନମ୍ବର ଆପଣଙ୍କ ବ୍ୟାଙ୍କ ଖାତା ସହିତ ପୂର୍ବରୁ ଲିଙ୍କ ଅଛି, ତାହେଲେ ଏହା ଆପଣଙ୍କୁ ସ୍କ୍ରିନରେ ଦେଖାଯିବ । ଯଦି ଲିଙ୍କ ହୋଇ ନଥିବ, ତାହେଲେ ଖାତା ନମ୍ବର ମାଗିବ, ଯାହାକୁ ଆପଣ ନିଜର ପାନ କାର୍ଡ  ସହତ ଲିଙ୍କ କରିବାର ଅଛି । ଏହା ପରେ ନିଜର ଖାତା ନମ୍ବର ଚୟନ କରି ଏବଂ ପାନ ନମ୍ବର ଦେଇପାରିବେ । ଏହିଭଳି ଭାବରେ ବ୍ୟାଙ୍କ ଖାତାକୁ ନିଜର ପାନ କାର୍ଡ ଘରେ ବସି କରିପାରିବେ । 

ଯଦି ଆପଣ ନେଟ ବ୍ୟାଙ୍କିଙ୍ଗର ବ୍ୟବହାର କରୁ ନାହାନ୍ତି, ତା’ହେଲେ ସିଧାସଳଖ ଶାଖାକୁ ଯାଇ ନିଜର ପାନ ନମ୍ବର ନିଜର ଆକାଉଣ୍ଟ ସହିତ ଲିଙ୍କ କରାଇପାରିବେ । ବ୍ୟାଙ୍କ ତରଫରୁ ଆପଣଙ୍କୁ ଏକ ପାନ ବିକଳ୍ପ ଫର୍ମ ପୂରଣ ପାଇଁ ଦିଆଯିବ । ଏଥି ପାଇଁ ଆବଶ୍ୟକ ପ୍ରମାଣପତ୍ର ମଧ୍ୟ ଦେବାକୁ ହେବ । ଏସବିଆଇ ଶାଖା ପରିଚାଳକଙ୍କୁ ଏକ ଦରଖାସ୍ତ ମଧ୍ୟ ଦେବାକୁ ପଡ଼ିବ । 

By amfnews

Related Post