Sun. Mar 8th, 2026

ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ୪ଜଣ ନେତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ଆମ ଆଦମୀ ପାର୍ଟି!

261 Views

ନୂଆଦିଲ୍ଲୀ: ଗତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ୪ଜଣ ନେତାଙ୍କୁ ଆମ ଆଦମୀ ପାର୍ଟି ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଟିକେଟ ଦେଇପାରେ ବୋଲି ଜୋରସୋରରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଦଳ ୨୦୧୫ରେ ପ୍ରାର୍ଥୀ ହୋଇଥିବା ଅଧିକାଂଶ ନେତାଙ୍କୁ ପୁଣି ଥରେ ଟିକେଟ ଦେଇପାରେ ।
ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ମୁଖପାତ୍ର ଆତିଶୀ ମରଲେନା, ରାଘବ ଚଢା, ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢିଥିବା ଗୁଗନ ସିଂଙ୍କୁ ଟିକେଟ ଦେଇପାରେ । ସେହିପରି ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢିଥିବା ଦିଲୀପ ପାଣ୍ଡେଙ୍କୁ ମଧ୍ୟ ଆମ ଆଦମୀ ପାର୍ଟି ଟିକେଟ ଦେଇପାରେ ।

Image result for aam aadmi party

ଗୁଗନ ଏବଂ ଦିଲୀପଙ୍କୁ ବବାନା ଏବଂ ଟିମାରପୁର ବିଧାନସଭାଲାଗି ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି। ସେହିପରି ଦକ୍ଷିଣ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢିଥିବା ରାଘବ ଚଢାଙ୍କୁ ରାଜେନ୍ଦ୍ର ନଗର ଏବଂ ଆତିଶୀ ମରଲେନାଙ୍କୁ ପୂର୍ବ ଦିଲ୍ଲୀର ଲକ୍ଷ୍ମୀନଗର କିମ୍ବା ଦକ୍ଷିଣ ଦିଲ୍ଲୀର ଜଙ୍ଗପୁରାରୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବା ନେଇ ବିଚାର ବିମର୍ଶ ଚାଲିଛି।

By amfnews

Related Post