Sat. Mar 7th, 2026

ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଦାବି କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ ଆରମ୍ଭ କଲେ ଆନ୍ନା ହାଜାରେ

526 Views

ମୁମ୍ବାଇ, ଜାନୁଆରୀ ୩୦ : ବୁଧବାର ସକାଳୁ ମହାରାଷ୍ଟ୍ରର ଅହମେଦନଗର ଅନ୍ତର୍ଗତ ପୈତୃକ ଗାଁ ରାଲେଙ୍ଗା ଠାରେ ସାମାଜିକ କର୍ମୀ ଆନ୍ନା ହାଜାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ ଆରମ୍ଭ କରିଛନ୍ତି। ଦୁର୍ନୀତି ବିରୋଧୀ ୮୧ ବର୍ଷିୟ ସାମାଜିକକର୍ମୀ ହାଜାରେ କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟମାନଙ୍କରେ ଗଠନ ଲାଗି ଦାବି କରି ଆସୁଛନ୍ତି।

ହାଜାରେ କହିଛନ୍ତି କି, ଏଥର ଧର୍ମଘଟରେ ସେ କୌଣସି ରାଜନୈତିକ ନେତୃବୃନ୍ଦଙ୍କ ଯୋଗଦାନ ଚାହାନ୍ତି ନାହିଁ। ମଞ୍ଚରେ ଆମ ସହ କୌଣସି ରାଜନୈତିକ ନେତାଙ୍କୁ ଆମ ସହ ଦେଖିବାକୁ ଚାହୁଁ ନାହୁଁ। ଲୋକପାଳ କଟକଣା କରିବାକୁ ସେମାନେ ତିନି ଦିନ ମଧ୍ୟରେ ଆଉ ଏକ ଆଇନ୍‌ ପାସ୍‌ କରି ଏଥିରେ ରାଷ୍ଟ୍ରପତିଙ୍କ ଦସ୍ତଖତ ମଧ୍ୟ କରାଇ ନେଲେ। କିନ୍ତୁ ଲୋକପାଳ ନିଯୁକ୍ତି ନିମନ୍ତେ ୫ ବର୍ଷ ଧରି ସେମାନେ କିଛି କରି ନାହାନ୍ତି।

ଯଦି ଲୋକେ ପ୍ରମାଣ ଦେବେ ଲୋକପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଇ ପାରିବ… ସେମିତି ଯଦି କେହି ସେମାନଙ୍କ ବିରୋଧରେ ପ୍ରମାଣ ଦିଅନ୍ତି ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକ ବିରୋଧରେ ମଧ୍ୟ ଲୋକାୟୁକ୍ତ ତଦନ୍ତ କରି ପାରିବେ। ସେଥିପାଇଁ ସେମାନେ ଏହା ଚାହୁଁ ନାହାନ୍ତି। କୌଣସି ଦଳ ଏହା ଚାହୁଁ ନାହିଁ। ୨୦୧୩ରେ ପାର୍ଲାମେଣ୍ଟ୍‌ରେ ଲୋକପାଳ ପାସ୍‌ ହୋଇଛି, କିନ୍ତୁ ସରକାର ଏ ପର୍ଯ୍ୟନ୍ତ ନିଯୁକ୍ତି ଦେଇ ନାହାନ୍ତି।

By amfnews

Related Post