Sat. Mar 7th, 2026

ଲୋକଙ୍କ ସମ୍ମୁଖରେ ନିଜ ରିପୋର୍ଟ କାର୍ଡ ରଖିବେ ଅପରାଜିତା

263 Views

ଭୁବନେଶ୍ୱର :  ନୂଆ ବର୍ଷରେ ନୂଆ ସଙ୍କଳ୍ପ ସହ ନିଜ ଭୋଟରଙ୍କ ସମ୍ମୁଖକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯେଉଁମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି, ଆସ୍ଥା ପ୍ରକଟ କରି ତାଙ୍କୁ ଜିତାଇଛନ୍ତି ଓ ତାଙ୍କ ସହ ଛିଡ଼ା ହୋଇଛନ୍ତି, ସେହି ନିର୍ବାଚନ ମଣ୍ଡଳବାସୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ରହିଛି ବୋଲି କହିଛନ୍ତି ଅପରାଜିତା। ସେଥିପାଇଁ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବେ ବୋଲି କହିଛନ୍ତି। ଏହାଦ୍ୱାରା ସେ ସେମାନଙ୍କୁ ନିଜ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇପାରିବେ ବୋଲି କହିଛନ୍ତି।

ସଂସଦକୁ ନିର୍ବାଚିତ ହେବାର ବର୍ଷେ ମଧ୍ୟରେ ସେ ନିଜ ନିର୍ବାଚନ ମଣ୍ଡଳୀବାସୀଙ୍କ ନିମନ୍ତେ କ’ଣ ସବୁ କରିଛନ୍ତି, ସେନେଇ ବିସ୍ତୃତ ତଥ୍ୟ ଦେବେ ବୋଲି ଆଜି ଏକ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଗଣତନ୍ତ୍ରରେ ଉତ୍ତରଦାୟୀ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଅନୁଭବ କରୁଥିବା ଲେଖିଛନ୍ତି।

ଗତବର୍ଷ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଅପରାଜିତା କରିଥିବା କାର୍ଯ୍ୟ ଓ ପ୍ରକଳ୍ପ ଏଥିରେ ସାମିଲ ହୋଇପାରେ ବୋଲି ଆଲୋଚନା ହେଉଛି। ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ୍‌ରେ ସେ ଜିତିଥିଲେ। ଆଇଏଏସ୍ ଚାକିରି ଛାଡ଼ି ସେ ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ଛିଡ଼ା ହୋଇଥିଲେ ଓ ଜିତିଥିଲେ।

By amfnews

Related Post