Sun. Mar 8th, 2026

ଲୋକଙ୍କ ଆଗରେ କାନ୍ଦି ପକାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

188 Views

ବେଙ୍ଗାଲୁରୁ : କର୍ଣ୍ଣାଟକ ଉପନିର୍ବାଚନର ପ୍ରଚାର କରିବା ବେଳେ କାନ୍ଦି ପକାଇଲେ ଜେଏଡିଏସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡିକେ କୁମାରସ୍ୱାମୀ। ଲୋକସଭା ନିର୍ବାଚନ ବେଳେ ତାଙ୍କ ପୁଅ ନୀଖିଲ କୁମାରସ୍ୱାମୀ ହାରିବାକୁ ନେଇ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ କୁମାରସ୍ୱାମୀ। ମୋର ମୁଖ୍ୟମନ୍ତ୍ରୀ ପଦବୀ, ରାଜନୀତି ଦରକାର ନାହିଁ। କେବେଳ ଆପଣମାନଙ୍କର ଭଲ ପାଇବା ଦରକାର। ମୁଁ ଜାଣେ ନାହିଁ ମୋ ପୁଅ କାହିଁକି ହାରିଲା ବୋଲି କହି ସେ କାନ୍ଦି ପକାଇଥିଲେ। ଡିସେମ୍ୱର ୫ରେ କର୍ଣ୍ଣାଟକରେ ଉପନିର୍ବାଚନ ରହିଛି। ମାଣ୍ଡ୍ୟା ବିଧାନସଭା ଆସନ ପାଇଁ ଜେଡ଼ିଏସ ପ୍ରାର୍ଥୀ ବି.ଏଲ ଦେବରାଜୁଙ୍କ ପାଇଁ ପ୍ରଚାର କରିବାକୁ ଯାଇ ଏଭଳି କାନ୍ଦି ପକାଇଛନ୍ତି କୁମାରସ୍ୱାମୀ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ନୀଖିଲ କୁମାରସ୍ୱାମୀଙ୍କୁ ଦକ୍ଷିଣ ଭାରତର ପୂର୍ବତନ ଅଭିନେତ୍ରୀ ସୁମାଲତା ସ୍ୱାଧୀନ ଭାବରେ ପ୍ରାର୍ଥୀ ହୋଇ ହରାଇଥିଲେ।

ପୂର୍ବରୁ ମଧ୍ୟ କୁମାରସ୍ୱାମୀ ନିର୍ବାଚନୀ ପ୍ରଚାର, ସାଧାରଣ ସଭାରେ ଅନେକ ଥର କାନ୍ଦିବାର ନଜିର ରହିଛି। ମେଣ୍ଟ ସରକାରରେ ରୁନ୍ଧି ହୋଇ ଗଲେଣି। ବହୁ କଷ୍ଟ ସହିବାକୁ ପଡୁଛି। ମହାଦେବଙ୍କ ପରି ବିଷ ପିଇବାକୁ ପଡୁଛି। କୋହ ସମ୍ଭାଳି ନପାରି ଏଭଳି କହି ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏଚ୍. ଡି. କୁମାରସ୍ୱାମୀ କାନ୍ଦି ପକାଇଥିଲେ।

By amfnews

Related Post