Thu. Dec 26th, 2024

ଲୁଚକାଳି ଖେଳ ନେଲା ଦୁଇଟି ଜୀବନ: ପାଣି ଟାଙ୍କିରେ ବୁଡ଼ି ଦୁଇ ବର୍ଷର ପୁଅର ମୃତ୍ୟୁ ହେବା ପରେ ଆତ୍ମହତ୍ୟା କଲା ବାପା

By amfnews Dec 22, 2018 #Featured
225 Views

ସୂଚନା ମୁତାବକ, କନୁବାଇରେ ରହୁଥିବା ୩୨ବର୍ଷୀୟ ଆର୍‌.ମଣିକନ୍ଦନ ଏକ ମୋବାଇଲ ଦୋକନର ମାଲିକ । ଗୁରୁବାର ସନ୍ଧ୍ୟାରେ ସେ ଘରକୁ ଫେରି ଛାତ ଘରର ଛାତ ଉପରେ ନିଜ ୫ବର୍ଷୀୟା ଝିଅ ସହ ଲୁଚକାଳି ଖେଳୁଥିଲେ । ଏହି ସମୟରେ ଦୁହିଁଙ୍କୁ ଠିଆ ହୋଇ ଦେଖୁଥିଲେ ମଣିକନ୍ଦନଙ୍କ ଦୁଇ ବର୍ଷୀୟ ପୁଅ । କିନ୍ତୁ ସେ ଖେଳ ଦେଖୁ ଦେଖୁ ଅଜଣାତରେ ପାଣି ଟାଙ୍କିରେ ପଡ଼ି ଯାଇଥିଲେ । ଘଣ୍ଟାଏ ପରେ ମଣିକନ୍ଦନ ନିଜ ପୁଅକୁ ପାଖରେ ନ ପାଇ ଚାରିଆଡ଼େ ଖୋଜିବାକୁ ଲାଗିଥିଲେ । କିଛି ସମୟରେ ସେ ନିଜ ପୁଅକୁ ପାଣି ଟାଙ୍କିରେ ପଡ଼ିଥିବାର ଦେଖିଥିଲେ । କିନ୍ତୁ ସେତେବେଳକୁ ଆଉ କିଛି ବାକି ନଥିଲା । ପୁଅର ମୃତ୍ୟୁ ହୋଇ ସାରିଥିବା ଦେଖି ତାଙ୍କୁ ଶକ୍ତ ଆଘାତ ଲାଗିଥିଲା ।

ଯାହା ପରେ ମଣିକନ୍ଦନ ନିଜ ଝିଅକୁ ଛାତ ଉପରକୁ ଲୁଚିବା ପାଇଁ ପଠାଇ ବେକରେ ରସି ଲାଗାଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ଛାତ ଉପରେ ଅପେକ୍ଷା କରି ମଣିକନ୍ଦନଙ୍କ ଝିଅ ତଳକୁ ଆସିବା ସହ ତାଙ୍କୁ ଖୋଜିବାକୁ ଲାଗିଥଲା । ହେଲେ ନ ପାଇବା ପରେ ସେ ନିଜ ମା’ଙ୍କୁ ଡ଼ାକିବା ସହ ଦୁହେଁ ଶୋଇବା ଘରର କବାଟ ଭାଙ୍ଗିବା ପରେ ଭିତରର ଦୃଶ୍ୟ ଦେଖି ଚମକି ପଡ଼ିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାଟି ଚାରିଆଡ଼େ ପ୍ରସାର ହେବାକୁ ଲାଗିଥିଲା । ତଦନ୍ତ ପରେ ମଣିକନ୍ଦନ ପୁଅର ମୃତ୍ୟୁର ବୋଝକୁ ସହି ନ ପାରି ଏପରି କରିଥିବା ଜଣା ପଡ଼ିଥିଲା ।

By amfnews

Related Post