Sun. Mar 8th, 2026

ଲାଲକୃଷ୍ଣ ଆଡଭାନିଙ୍କ ଉଦାହରଣ ଦେଇ ପ୍ରଶିକ୍ଷଣ ଶିବିରରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଦିଆଗଲା ଏହି ଚେତାବନୀ

241 Views

ନୂଆଦିଲ୍ଲୀ : ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାମାନଙ୍କୁ ଲାଗି ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବିଜେପି ପକ୍ଷରୁ ନିଜର କର୍ମୀମାନଙ୍କୁ ଚେତାବନୀ ଦିଆଯାଇଛି ଯେ ବିଚାରଧାରାର ବିପରୀତ ଦିଗରେ ଗଲେ ଏହାର କୁପରିଣାମ ଭୋଗିବାକୁ ପଡ଼ିବ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଚାରଧାରାରୁ ଓହରିଗଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ପଦବୀରୁ ହଟାଇ ଦିଆଯିବ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌ )ର ପ୍ରଶିକ୍ଷକ ଏଥିପାଇଁ ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନିଙ୍କ ଉଦାହରଣ ବି ଦେଇଛନ୍ତି।

ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକର୍ତ୍ତାମାନଙ୍କୁ କୁହାଗଲା ଯେ ୨୦୦୫ରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଧର୍ମନିରକ୍ଷେପ ବୋଲି ଆଡଭାନି କହିବା ପରେ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଠିକ୍‌ ସେହିପରି କଲ୍ୟାଣ ସିଂହଙ୍କୁ ମଧ୍ୟ ୨୦୦୯ରେ ସମାଜବାଦୀ ପାର୍ଟିକୁ ସମର୍ଥନ ଘୋଷଣା କରିବା ଯୋଗୁଁ ଦଳରୁ ବିଦା ହେବାକୁ ପଡ଼ିଥିଲା। ପରେ ଅବଶ୍ୟ ୨୦୧୪ରେ ବିଜେପିକୁ ଫେରିବାପରେ ତାଙ୍କୁ ରାଜସ୍ଥାନର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।

By amfnews

Related Post