ନୂଆଦିଲ୍ଲୀ, ଫେବୃଆରୀ ୦୨ : ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅବସରରେ ଲାଲ କିଲ୍ଲାରେ ହୋଇଥିବା ହିଂସାରେ ସାମିଲ ଆକାଶ ପ୍ରୀତ ସିଂହ ନାମରେ ଜଣେ ବ୍ୟକ୍ତିକୁ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଂଚ ଗିରଫ କରିଛି । ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ମୋଟ ୧୨୮ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ୪୪ଟି ମାମଲା ମଧ୍ୟ ରୁଜୁ ହୋଇଛି ।
ଆକାଶ ସିଂହ ପ୍ରୀତ ସିଂହ ଉପରେ ଲାଲକିଲ୍ଲା ଉପରେ ସିଆଇଏସଏଫର ଜଣେ ଯବାନଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରାଯିବା ନେଇ ଅଭିଯୋଗ ରହିଛି । କ୍ରାଇମବ୍ରାଂଚ ଅନୁସାରେ ଆକାଶ ପ୍ରୀତ ସିଂହଙ୍କୁ ଗିରଫ ପାଇଁ ଦିଲ୍ଲୀ ଓ ପଂଜାବରେ ଚଢ଼ାଉ କରାଯାଇଥିଲା । ଏହା ପରେ ଉତ୍ତର ଦିଲ୍ଲୀ ପୋଲିସ ଆକାଶକୁ ଗିରଫ କରିଛି ।
ସିଆଇଏସଏଫ ଯବାନଙ୍କ ଉପରେ ଆକ୍ରମଣ କରି ନିଜେ ମଧ୍ୟ ଆହତ ହୋଇଥିଲା ଆକାଶ । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ପୋଲିସ କହିବା ଅନୁସାରେ ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ମାମଲାରେ ଏପର୍ଯ୍ୟନ୍ତ ୪୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୨୮ ଜଣଙ୍କୁ ଗିରଫ କରାଯାଇଛି ।