Sun. Mar 8th, 2026

ଲାଞ୍ଚ ମାମଲାରେ ସିଭିସିକୁ ଜବାବ ଦେଲେ ସିବିଆଇର ଆଲୋକ ବର୍ମା

156 Views

ନୂଆଦିଲ୍ଲୀ, ନଭେମ୍ବର ୦୯: ଗୁରୁବାର ଦିନ ସିବିଆଇର ନିର୍ଦେଶକ ଆଲୋକ ବର୍ମା ସେଣ୍ଟ୍ରାଲ୍‌ ଭିଜିଲାନ୍‌ସ୍‌ କମିସନ୍‌ଙ୍କୁ (ସିଭିସି) ସାକ୍ଷାତ୍‌ କରି ତାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ସଂକ୍ରାନ୍ତରେ ଜବାବ ଦେଇଛନ୍ତି।

କ୍ରାଇମ୍‌ ବ୍ରାଞ୍ଚ୍‌ର ୨ ନମ୍ବର ନିର୍ଦେଶକ ରାକେଶ ଅସ୍ଥାନା ବର୍ମାଙ୍କ ବିରୋଧରେ ଉଠାଇ ଥିବା ଦୁର୍ନୀତି ଅଭିଯୋଗ ବିଷୟରେ ତଦନ୍ତ କରି ଦୁଇ ସପ୍ତାହା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଅକ୍ଟୋବର ୨୫ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ସିଭିସିଙ୍କୁ କହିଥିଲା। ସେ ଦିନ ଶୁଣାଣି ପାଇଁ ମାମଲାଟିକୁ ତାଲିକାଭୁକ୍ତ କରାଯାଇଛି। ଅଭିଯୋଗର ତଦନ୍ତ ନିମନ୍ତେ ଜଷ୍ଟିସ୍‌ ଏକେ ପଟ୍ଟନାୟକଙ୍କୁ ସିଭିସିର କମିଟିର ମୁଖ୍ୟ ଭାବେ ଅଦାଲତ ନିଯୁକ୍ତି ଦେଇଥିଲେ।

ଅକ୍ଟୋବର ୨୩ ତାରିଖ ଦିନ ଅନ୍ୟ ଏକ ଆଦେଶରେ ସିଭିସି ସିବିଆଇର ନିର୍ଦେଶକ ଭାବେ ବର୍ମାଙ୍କର ସବୁ କ୍ଷମତା କାଢ଼ି ନେଇଥିଲେ।  ସିଭିସିଙ୍କ ଆଦେଶ ଭିତ୍ତିରେ ସିଭିସି ତଦନ୍ତ ଶେଷ ହେବା ଯାଏଁ ସରକାର ଜଣେ ଯୁଗ୍ମ ନିର୍ଦେଶକ ସ୍ତରର ଅଧିକାରୀଙ୍କୁ ସିବିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି।

By amfnews

Related Post