Sun. Mar 8th, 2026

ଲାଞ୍ଚ ନେଉଥିବା ବେଳେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଜଣେ ଓଏସଡି ଗିରଫ

SIGNUM:‚²è"VŒ Bs ðEr¢Ó¶
163 Views

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ଜଣେ ଓଏସଡି (ଅଫିସର ଅନ ସ୍ସେଶାଲ ଡ୍ୟୁଟି) ଗୁରୁବାର ଦିନ ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ସଂପୃକ୍ତ ଓଏସଡିଙ୍କ ନାମ ଗୋପାଳ କୃଷ୍ଣ ମାଧବ। ଜିଏସଟି ମାମଲାରେ ସେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ସିବିଆଇ ତାଙ୍କୁ ଗିରଫ କରିଛି। ୨୦୧୫ରୁ ସେ ସିସୋଦିଆଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ରହିଛନ୍ତି।

Manish Sisodia

@msisodia

मुझे पता चला है कि सीबीआई ने एक GST इन्स्पेक्टर को रिश्वत लेते हुए गिरफ़्तार किया है. यह अधिकारी मेरे ऑफ़िस में बतौर OSD भी तैनात था. सीबीआई को उसे तुरंत सख़्त से सख़्त सजा दिलानी चाहिए. ऐसे कई भ्रष्टाचारी अधिकारी मैंने ख़ुद पिछले 5 साल में पकड़वाए है.

ଆଜି ସିସୋଦିଆ ଟୁଇଟ୍ କରି ସିବିଆଇ ଅଧିକାରୀଙ୍କ ଗିରଫଦାରୀ ବାବଦରେ ମତ ରଖିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ‘ସିବିଆଇ ଜଣେ ଜିଏସଟି ଇନସପେକ୍ଟରଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ସେହି ଅଧିକାରୀ ଜଣଙ୍କ ମୋ ଅଫିସର ଓଏସଡି ଭାବରେ ନିଯୁକ୍ତ ରହିଛନ୍ତି। ସିବିଆଇ ସେହି ଓଏସଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ବିଗତ ୫ ବର୍ଷରେ ସେ ନିଜେ ଏଭଳି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୁଁ ଧରାଇଛି’।

By amfnews

Related Post