Sun. Mar 8th, 2026

ଲଘୁଚାପ ଘନୀଭୂତ, ରାଜ୍ୟରେ ବର୍ଷା ଜାରି: ୧୪ଟି ଜିଲ୍ଲାରେ ଅଧିକ ବର୍ଷା ଆଶଙ୍କା

178 Views

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା େଓ୍ଵଲ ମାର୍କଡ୍‌ ଲୋ ପ୍ରେସର  ଅଧିକ  ଘନୀଭୂତ ହୋଇ ଅବପାତର ରୂପ ନେଇଛି।ଏହା ପ୍ରଭାବରେ ଓଡ଼ିଶାର ଉପକୂଳ ବର୍ଷାର ଆରମ୍ଭ ହୋଇ ଯାଇଛି। । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ  ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ଅବପାତ ଯୋଗୁଁ  ସମୁଦ୍ର ଅଶାନ୍ତ ରହୁଥିବାରାୁ ମତ୍ସ୍ୟଜୀବୀମାନଙ୍କୁ  ସମୁଦ୍ର ଭିତରକୁ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଚି।ବିଶେଷ କରି  ଓଡ଼ିଶା ଉପକୂଳରେ ଘଣ୍ଟା ପଅ୍ରତି ୪୫ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ପାଣିପାଗ ବିଭାଗ ପ୪ରୁ କୁହାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ଯେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, କଳାହାଣ୍ଡି ଭଳି କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

By amfnews

Related Post