Tue. Jun 17th, 2025

ଲକ୍‌ଡାଉନ୍‌ର ନବମ ଦିନ, ଦିଲ୍ଲୀରୁ ପଲ୍ଲୀ ସବୁଠି ରାସ୍ତାଘାଟ ଖାଲି

By amfnews Apr 2, 2020 #Featured
109 Views

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନା ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର  ଭୟାବହତାକୁ ଦୃଷ୍ଟିରେ ରଖି ଦେଶକୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଲକ୍‌ଡାଉନ୍‌ର ନବମ ଦିନ। ଏହାର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି।

ଆମ ରାଜ୍ୟରେ ଏଯାଏ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଲକ୍‌ଡାଉନକୁ ଆହୁରି କଡାକଡ଼ି  କରାଯାଇଛି। ବନ୍ଦ ଯୋଗୁ ଶୂନଶାନ୍‌ ହୋଇପଡୁଛି ରାସ୍ତା ଘାଟ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁଠି କାଁ ଭାଁ ଲୋକେ କଟକଣା ନ ମାନି ବାହାରେ ବୁଲୁଛନ୍ତି  ସେଠାରେ ପୁଲିସର ତାଗିଦ ଦେଖିବାକୁ ମିଳୁଛି।

କିଛି କିଛି ସ୍ଥାନରେ ଆଇନ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୁଲିସ। ସେପଟେ ଲକ୍‌ଡାଉନ୍ ଉଲ୍ଲଙ୍ଘନକାରୀଙ୍କ  ବିରୋଧରେ ତଥା ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିିସ ପକ୍ଷରୁ କୁହାଯାଇଛି।

ବିନା କାରଣରେ ବାଇକରେ ବୁଲିଲେ ମାମଲା ରୁଜୁ ହେବା ସହ ଗାଡ଼ି ସିଜ ହେବ। ଏଥିସହ ପରିବା କିଣିବାକୁ ବାଇକ ନେଇ ଯିବାକୁ ବାରଣ କରିଛି ପୁଲିସ। ଚାଲି ଚାଲି ଯାଇ ଘର ପାଖରୁ ପରିବା କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦୂରକୁ ବାଇକ ନେଇ ପରିବା କିଣିବା ପାଇଁ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।

By amfnews

Related Post