Sat. Nov 23rd, 2024

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ସମନ ପାଇଲେ ବିଜେପି ନେତା ଭୃଗୃ ବକ୍ସିପାତ୍ର ଓ ଗୋଲକ ମହାପାତ୍ର

By amfnews Jan 31, 2019 #Featured
223 Views

ଭୁବନେଶ୍ବର,31 Jan, 2019: ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତାଙ୍କ ପାଖରେ ପୁଲିସ ସମନ ପହଞ୍ଚିଛି । ଗତକାଲି ସନ୍ଧ୍ୟାରେ ବିଜେପିର ଦୁଇ ନେତା ଭୃଗୃ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ନିକଟରେ ପହଞ୍ଚିଛି  ଛତ୍ରପୁର ପୁଲିସର ସମନ । ଓଡ଼ିଶା ପୁଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଏହି ଦୁଇ ନେତାଙ୍କ ପାଖରେ ପହଞ୍ଚିଛି ସମନ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଲିସର ସମନ ବିଜେପି ନେତାଙ୍କ ପାଖରେ ପହଞ୍ଚି ଥିବା ବେଳେ ବିଜେଡି ନେତାଙ୍କୁ ସିବିଆଇ ଦେଇଥିବା ସମନ କୁଆଡେ ଗଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ଗତ ୨୯ ତାରିଖରେ ସମନ ଜାରି କରିଥିଲା ଛତ୍ରପୁର ପୋଲିସ । ଏଥିରେ ଆସନ୍ତା ୭ ଓ ୯ ତାରିଖରେ ଉଭୟଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଓଡିଶା ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ସେହିଦିନ ଚିଟଫଣ୍ଡ ମାମଲାରେ ବିଜେଡିର ଦୁଇ ନେତାଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଥିଲା । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ ଜାରି କରି ଜାନୁଆରି ୨୮ ଓ ୩୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସିବିଆଇ ପକ୍ଷରୁ କୁହାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏନେଇ ବିଜେଡିର ଦୁଇ ନେତା ମୁହଁ ଖୋଲି ନ ଥିବା ବେଳେ ସିବିଆଇ ପକ୍ଷରୁ ଦିଆଯାଇଥିବା ସମନ କୁଆଡେ ଗଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

By amfnews

Related Post