Mon. Jan 13th, 2025

‘ଲକ୍ଷ୍ମଣ ରେଖା ଲଂଘିବା ଉଦ୍ୟମ ନକରୁ ଚୀନ, ଭାରତ ଠାରୁ ମିଳିବ କଡ଼ା ଜବାବ’

By amfnews Sep 10, 2020 #Featured
201 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ : ବାସ୍ତବିକ ନିୟନ୍ତ୍ରଣ ରେଖା ନେଇ ଚୀନ ସହିତ ଉତ୍ତେଜନା ଜାରି ରହିଛି । ଚୀନର ନଜର ଉପରେ ଭାରତ ମଧ୍ୟ ଦୃଷ୍ଟି ଦେଇଛି । ଭାରତୀୟ ସେନା ନିଜର ଫିଲ୍ଡ କମାଣ୍ଡରଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛି ଯେ, ଯେକୌଣସି ପରିସ୍ଥିତିରେ ଚୀନର ସୈନିକଙ୍କୁ ଏଲଏସିର ଉଲ୍ଲଂଘନ କରିବାକୁ ନଦିଅନ୍ତୁ । କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ବୁଧବାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଲଦ୍ଦାଖରେ ଚୀନ ଯଦି ଲକ୍ଷ୍ମଣ ରେଖା ଅତିକ୍ରମ କରେ, ଏହାର କଡ଼ା ଜବାବ ମିଳିବ ।

ଅଧିକାରୀ ଜଣକ କହିଛନ୍ତି, ଭାରତ ଏହି ଅଂଚଳରେ ଚୀନର ମୁତୟନ ଏବଂ ଏହାକୁ ଜବାବ ଦେବା ଲାଗି ଫରୱାର୍ଡ ପୋଜିଶନରେ ଯବାନଙ୍କ ସଂଖ୍ୟା ପର୍ଯ୍ୟାପ୍ତ ପରିମାଣରେ ରଖିଛି । ୪୫ ବର୍ଷ ପରେ ଏଲଏସିରେ ଗୁଳି ଚଳାଇବା ଏବଂ ଚୀନର ଘୃଣ୍ୟ କାମ ପରେ ଭାରତ ତରଫରୁ ଏଭଳି ଚେତାବନୀ ଦିଆଯାଇଛି । ସୋମବାର ଚୁଶୁଲର ମୁଖପରୀ ଟପରେ ଚୀନର ଯବାନମାନେ ଏଲଏସି ଉଲ୍ଲଂଘନ କରି ଗୁଳିଚଳାଇଥିଲେ । ଘଟଣାର ପରଦିନ ଅର୍ଥାତ ମଙ୍ଗଳବାର ପିଏଲଏର ସୈନିକମାନେ ଅସ୍ତ୍ରଶସ୍ତ୍ର ଧରିଥିବା ଫଟୋ ସାମ୍ନାକୁ ଆସିଥିଲା ।

ମସ୍କୋରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କର ଚୀନ ସମକକ୍ଷ ୱାଙ୍ଗ ୟିଙ୍କୁ ଭେଟିବା ପୂର୍ବରୁ ଭାରତ ତରଫରୁ ଦିଆଯାଇଥିବା ଚେତାବନୀ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ସୂଚନାଯୋଗ୍ୟ, ପୂର୍ବ ଲଦ୍ଦାଖର ପୋଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଚୀନ ଭାରତୀୟ ସୈନିକଙ୍କୁ ଲଗାତାର ଟାର୍ଗେଟ କରୁଛି । ପିଏଲଏ ସୈନିକ ଏବଂ ଟ୍ୟାଙ୍କ ଦେଖିବାକୁ ମିଳୁଛି ।

 

By amfnews

Related Post