ରାଉରକେଲା, ୫ା୧୦ : ରୋଟାରୀ ଇଣ୍ଟରନ୍ୟାସନାଲ ଜିଲା ୩୨୬୧ର ଜିଲା ଗଭର୍ଣ୍ଣର ଡ.ନିଖିଳେଶ ତ୍ରିବେଦୀ ରୋଟାରୀ କ୍ଲବ୍ ରାଉରକେଲା ମିଡ୍ ଟାଉନ ଗସ୍ତରେ କରିଛନ୍ତି । ଶ୍ରୀ ତ୍ରିବେଦୀ ଏହି ଅବସରରେ କ୍ଲବ୍ ପକ୍ଷରୁ ସହରର ବିଭିନ୍ନ ଅନ୍ଧ, ମୂକ ଓ ବଧିର ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ଥାୟୀ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ଶ୍ରୀ ତ୍ରିବେଦୀ ପ୍ରଥମେ ସେକ୍ଟର-୭ ସ୍ଥିତ ଭିନ୍ନକ୍ଷମ ସ୍କୁଲ ପରିଦର୍ଶନ କରିଥିଲେ । ପରେ ଟାଙ୍ଗରପାଲୀ ଆର୍ସିସି ପରିଦର୍ଶନରେ ଯାଇ ଟାଙ୍ଗରପାଲୀ ଅପର ପ୍ରାଇମେରୀ ସ୍କୁଲକୁ ଖୁସିର ସ୍କୁଲ ଘୋଷଣା କରିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଟି ବେଞ୍ଚ୍ ସହ ୭୦ ଯୋଡା ଯୋତା ଆବଣ୍ଟନ କରିଥିଲେ । ଏହି ଅବସରରେ ଗ୍ରାମର ମହିଳା ଓ ଝିଅମାନଙ୍କ ପାଇଁ ଏକ ବିଉଟି ପାର୍ଲରର ତାଲିମ ଶିବିର ଉଦ୍ଘାଟନ କରିଥିଲେ । ଟ୍ରେନିଂ ପରେ ଗ୍ରାମର ମହିଳା ଓ ଝିଅମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଶ୍ରୀ ତ୍ରିବେଦୀ ଉଲ୍ଲେଖ କରିଥିଲେ । ପରେ ସନ୍ଧ୍ୟାରେ ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍ ପରିସରରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ତ୍ରିବେଦୀ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନର ଏକ ବୁଲେଟିନ ଉପସ୍ଥାପନ କରିଥିଲେ । ଯେଉଁଥିରେ ସମାଜ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ସାମାଜିକ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଉଲ୍ଲେଖ ରହିଛି । ଏହି କାର୍ଯ୍ୟକ୍ରମରେ ଏଜି ଆଲମ ସିଂହ ରୁପ୍ରା, ଡିଜିଏନ୍ ଏଫ୍.ସି. ମହାନ୍ତି, ସଭାପତି ସତୀଶ ଅଗ୍ରୱାଲ, ସମ୍ପାଦକ ଡ.ସୁବୋଧ କୁମାର ମେହେର, ଅସୀମ ମହାନ୍ତି ଓ କାର୍ଯ୍ୟକ୍ରମର ସଂଯୋଜକ ନରେନ୍ଦ୍ର କୌର ପ୍ରମୁଖ ଉପସ୍ଥିତ ଥିବାବେଳେ ସର୍ଜେଣ୍ଟ ସଞ୍ଜୟ ଅଗ୍ରୱାଲ, ଆର୍ମସ ରିପୋର୍ଟ ଉପସ୍ଥାପନ କରିଥିଲେ । ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥିଙ୍କ ସମ୍ପର୍କରେ ବିଶଦ ବିବରଣୀ ଓ ଡ.ସନ୍ତୋଷ ଅଗ୍ରୱାଲ ଏଜିଙ୍କ ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁକେଶ ଭାଇଜୀ ଧନ୍ୟବାଦ ଦେଇଥିଲେ । ପରେ କ୍ଲବ୍ ସଦସ୍ୟ ପରିବାର ମଧ୍ୟରେ ରାତ୍ରୀ ଭୋଜନ ବ୍ୟବସ୍ଥା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବି.କେ. ପରମାର, ଆର୍.କେ. ୱାଜିର, ଡ.ବି.କେ. କକ୍କଡ ଓ ଜିତେନ୍ଦ୍ର ପ୍ରସାଦ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିବାବେଳେ ରାୟପୁରର ପିଜି ସୁବାଷ ସାହୁ, ଜବଲପୁରର ପିଡିଜି ଉମାକାନ୍ତ ଶର୍ମା, ସମ୍ବଲପୁରର ପିଡିଜି ଶମ୍ଭୁ ଜଗତରାମକା ଓ ଯତିନ୍ଦର ଶର୍ମା, ଜବଲପୁରର ସୁନୀଲ ପାଠକ ଓ ଅଖିଳେଶ ମିଶ୍ରଙ୍କ ସମେତ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନର ବହୁ ସଦସ୍ୟ ଉପସ୍ଥିତ ଥିଲେ । (ଫଟୋ ଯାଇଛି)
192 Views