Sat. Mar 7th, 2026

ରୋଗୀଙ୍କୁ ଛାଡ଼ି ଫେରୁଥିଲା ବେଳେ ଓଲଟି ପଡ଼ିଲା ଜନନୀ ଏକ୍ସପ୍ରେସ୍‌

210 Views

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଗୁଡ଼ିଖାଳ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୨ ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ୧୦୨ ଜନନୀ ଏକ୍ସପ୍ରେସ୍‌ ଜଣେ ରୋଗୀଙ୍କୁ ବାଲେଶ୍ୱର ହସ୍ପିଟାଲରେ ଛାଡ଼ି ଭୋଗରାଇ ଫେରୁଥିଲା। ତେବେ ଜାତୀୟ ରାଜପଥରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।

By amfnews

Related Post