Tue. Dec 24th, 2024

ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ପରଲୋକ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ

By amfnews Sep 24, 2020 #Featured
134 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ : ରେଳ ରାଷ୍ଟ୍ରମନ୍ତ୍ରୀ ଏବଂ କର୍ଣ୍ଣାଟକରୁ ବିଜେପି ସାଂସଦ ସରେଶ ଅଙ୍ଗାଡିଙ୍କ ବୁଧବାର ରାତି କରୋନା ଭାଇରସ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ରାତି ପ୍ରାୟ ୮ଟାରେ ଏମ୍ସ ଟ୍ରାମା ସେଣ୍ଟରରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହସ୍ପିଟାଲର ଟ୍ରାମା ବିଭାଗକୁ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଥିଲା । ବେଲଗାଭୀରୁ ୪ର୍ଥ ଥର ପାଇଁ ସାଂସଦ ହେଉଛନ୍ତି ପ୍ରଥମ କେନ୍ଦ୍ର ମନ୍ତ୍ରୀ ଯିଏକି କେରାନା ଭାଇରସରେ ପ୍ରାଣ ହରାଇଛନ୍ତି । ଏହା ପୂର୍ବରୁ ଅତିକମରେ ୬ ଜଣ ବିଧାୟକ ଓ ୩ ଜଣ ସାଂସଦ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ଥିଲେ, ଯାହାଙ୍କର ଗତ ୩୧ ତାରିଖରେ ପରଲୋକ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ନେତା ତାଙ୍କର ପରଲୋକରେ ଶୋକ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅଙ୍ଗାଡି ଗତ ୧୧ ତାରିଖରେ ଟୁଇଟରରେ ନିଜେ କରୋନା ସଂକ୍ରମିତ ଚିହ୍ନଟ ହେବା ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, ବିଗତ ୬ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । କୌଣସି ଲକ୍ଷଣ ଜଣାପଡ଼ିଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି କହିଥିଲେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଙ୍ଗାଡିଙ୍କ ପରଲୋକରେ ଶୋକ ଜଣାଇଛନ୍ତି । ମୋଦୀ କହିଛନ୍ତି ସୁରେଶ ଅସାଧାରଣ କର୍ମୀ ଥିଲେ, ଯିଏକି କର୍ଣ୍ଣାଟକରେ ପାର୍ଟିକୁ ମଜବୁତ କରିବା ଲାଗି ବହୁ ପରିଶ୍ରମ କରିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ସେ ଜଣେ ପରିଶ୍ରମୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁରେ ତାଙ୍କର ପରିବାର ପ୍ରତି ସମବେଦନା ଜଣାଉଛି । 

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ସୁରେଶ ଅଙ୍ଗାଡିଙ୍କ ପରଲୋକ ଖବର ଶୁଣି ସ୍ତବ୍ଧ ହୋଇଯାଇଛି ।  ସେ ନିଜର କର୍ମକ୍ଷେତ୍ର ବେଲଗାଭୀ ଓ କର୍ଣ୍ଣାଟକର ଲୋକଙ୍କ ଲାଗି ସ୍ମରଣୀୟ କାମ କରିଛନ୍ତି । 

ସୁରେଶ ଅଙ୍ଗାଡିଙ୍କ ବୁଧବାର କରୋନା ଭାଇରସରେ ପରଲୋକ ହେବା ପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶୋକ ଜଣାଇଛନ୍ତି । ସେ କହିଛନ୍ତି, ଅଗାଣ୍ଡିଙ୍କ ପରଲୋକ ଗଭୀର ଆଘାତ ଦେଇଛି । ସେ ଜଣେ ଅସାଧାରଣ ମଣିଷ ଭାବେ ଜୀବନଯାପନ କରୁଥିଲେ । ଦଳ ଓ ସଂଗଠନ ପାଇଁ ନିଜକୁ ସମର୍ପିତ କରିଦେଇଥିଲେ । 

By amfnews

Related Post