Mon. Nov 25th, 2024

ରେଳବାଇ ଏଲ୍ଏଚ୍ବି କୋଚ ନିମନ୍ତେ ଉଚ୍ଚ ଗୁଣମାନ ଯୁକ୍ତ ହ୍ୱିଲ ଯୋଗାଇ ଦେବା ପାଇଁ ସେଲ ପ୍ରସ୍ତୁତ : ସେଲ ଅଧ୍ୟକ୍ଷ

By amfnews Oct 24, 2018 #Featured
????????????????????????????????????
110 Views

ରାଉରକେଲା, ୨୩ ।୧୦ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍(ସେଲ୍)ର ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ କମ୍ପାନୀ ସାମୁଦାୟିକଙ୍କ ସହିତ ତାଙ୍କର ଯୋଗାଯୋଗ ଓ ମତବିନିମୟ ପ୍ରୟାସ ଅନ୍ତର୍ଗତ ଅକ୍ଟୋବର ୨୦ତାରିଖରେ ଦୂର୍ଗାପୁର ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ସେ ରେଳବାଇର ଏଲ୍ଏଚ୍ବି କୋଚ ଗୁଡିକ ନିମନ୍ତେ ଉଚ୍ଚ ଗୁଣମାନ ହ୍ୱିଲ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ‘ଭାରତୀୟ ରେଳବାଇର ଏଲ୍ଏଚ୍ବି କୋଚଗୁଡିକ ନିମନ୍ତେ ହ୍ୱିଲ୍ ଯୋଗାଇବା ପାଇଁ ସେଲ ସଂପୁର୍ଣ୍ଣ ପ୍ରସ୍ତୁତ ଅଛି ଯାହାକୁ ସମ୍ପ୍ରତି ରେଳବାଇ ଆମଦାନୀ କରୁଛି । ବର୍ତ୍ତମାନ ହାଇ ଷ୍ପିଡ୍ ଟ୍ରେନ ଓ ଲୋକୋମୋଟିଭ୍ରେ ବ୍ୟବହୃତ ଫୋର୍ଜଡ ହ୍ୱିଲର ସେଲ ଏକମାତ୍ର ଘରୋଇ ନିର୍ମାତା ଅଟେ’ ।

ସେ ଡିଏସ୍ପି ସାମୁଦାୟିକଙ୍କୁ ଭାରତୀୟ ରେଳବାଇକୁ ହ୍ୱିଲ ଓ ଏକ୍ସେଲ୍ ଗୁଡିକର ଆବଶ୍ୟକତା ମୁତାବକ ସମୟାନୁଯାୟୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସେଲ ଡିଏସ୍ପି ମେକ ଇନ ଇଣ୍ଡିଆ ପ୍ରୟାସ ଅନ୍ତର୍ଗତ କୋଲକାତା ମେଟ୍ରୋ ରେଳବାଇ ନିମନ୍ତେ ସମ୍ପ୍ରତି ମେଟ୍ରୋ ରେଳବାଇ ହ୍ୱିଲ୍ ଯୋଗାଇଦେଉଛି । ଏଥିପୂର୍ବରୁ କୋଲକାତା ମେଟ୍ରୋ ରେଳବାଇ ଏଭଳି ହ୍ୱିଲ ଗୁଡିକୁ ସମ୍ପୁର୍ଣ୍ଣ ରୁପେ ଆମଦାନୀ କରୁଥିଲା । କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ ତଥା ଏକ ସୁରକ୍ଷିତ କାର୍ଯ୍ୟଦକ୍ଷତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଚୌଧୁରୀ କହିଥିଲେ ଯେ, ସାମ୍ପ୍ରତିକ ପ୍ରତିଦ୍ୱନ୍ଦିତାମୁଳକ ବଜାରରେ ସଫଳ ହେବା ନିମନ୍ତେ ସେଲକୁ ଗୁଣବତ୍ତା ବଜାୟ ରଖିବା ସହିତ ଉତ୍ପାଦନ ପରିମାଣରେ ବୃଦ୍ଧି ଆଣିବାକୁ ହେବ ।

ସେଲ ନିକଟରେ ଉତ୍ପାଦନର ବୃହତ୍ ସାମର୍ଥ୍ୟ ଓ ଅତ୍ୟାଧୁନିକ ସାଧନ ଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ସେଲ ନିଶ୍ଚିତ ରୁପେ ଉକ୍ରୃଷ୍ଟ ସଫଳତା ଲାଭ କରିବ । ଟିମ୍ ସେଲର ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରି ସେ କହିଥିଲେ ଯେ, ପ୍ରତିଭାସମ୍ପନ୍ନ ମାନବ ସମ୍ବଳ ସହିତ ସେଲର ସମସ୍ତ ଆହ୍ୱାନକୁ ଅତିକ୍ରମ କରିବ । ଏଥିନିମନ୍ତେ ଆମକୁ ଆମର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ହେବ ଏବଂ ପ୍ରତ୍ୟେକ କର୍ମଚାରୀଙ୍କୁ ନିଜନିଜ କାର୍ଯ୍ୟରେ ଉତ୍ତରଦାୟୀ ହେବାକୁ ହେବ । ଶ୍ରୀ ଚୌଧୁରୀ ପ୍ରତ୍ୟେକ ପ୍ଲାଣ୍ଟରେ କର୍ମଚାରୀ ସମୁହଙ୍କ ସହିତ ପର୍ଯ୍ୟାୟକ୍ରମେ ସଂଗଠିତ ରୁପେ ମତବିନିମୟ କରୁଛନ୍ତି ଏବଂ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସମ୍ବନ୍ଧରେ ଶୀର୍ଷ ପ୍ରବନ୍ଧନର ଅଗ୍ରାଧିକାର ସମ୍ବନ୍ଧରେ ଅବଗତ କରାଉଛନ୍ତି ।

ତ୍ୱରିତ ନିଷ୍ପତ୍ତି ଗ୍ରହଣ ନିମନ୍ତେ ନିର୍ଦ୍ଦେଶକମାନଙ୍କ ଗହଣରେ ଶ୍ରୀ ଚୌଧୁରୀ ସେଲର ବୀପଣନ ରଣନିତୀକୁ ସୁଦୃଢ କରିବା ଉପରେ ତଥା ସମୟ ସହିତ ପ୍ରତ୍ୟେକ ପ୍ର୍କ୍ରିୟାରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ବିଗତ ଛଅ ଦଶନ୍ଧି ଧରି ଇସ୍ପାତ୍ ନିର୍ମାଣର ସେଲ ନିକଟରେ ସମୃଦ୍ଧ ଅଭିଜ୍ଞତା ରହିଥିବା ଉଲ୍ଲେଖ କରି ସେ କହିଥିଲେ ଯେ ଆହ୍ୱାନ ଗୁଡିକୁ ସଫଳତାର ସହ ଅତିକ୍ରମ କରି ସେଲ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ପଥରେ ଅଗ୍ରସର ହେବା ନିମନ୍ତେ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ।

By amfnews

Related Post