Tue. Jun 17th, 2025

ରେଳବାଇର ନୂଆ ଯୋଜନା: ନୂଆଦିଲ୍ଲୀରୁ ମୁମ୍ବାଇ ମାତ୍ର ୧୦ ଘଣ୍ଟାରେ ପହଞ୍ଚିପାରିବେ ଯାତ୍ରୀ

By amfnews Jun 21, 2019 #Featured
155 Views

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଗାମୀ ଚାରି ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରୁ ବ୍ୟାବସାୟିକ ରାଜଧାନୀ କୁହାଯାଉଥିବା ମୁମ୍ବାଇକୁ ଯାତାୟତ କରୁଥିବା ଟ୍ରେନ ଗୁଡିକରେ ବେଗ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। ଏହା ଫଳରେ ଜଣେ ଯାତ୍ରୀ ନୂଆଦିଲ୍ଲୀରୁ ମୁମ୍ବାଇ ଯାତ୍ରା ୧୦ ଘଣ୍ଟାରେ ପହଞ୍ଚି ପାରିବେ।

ଠିକ୍‌ ସେହିପରି ନୂଆଦିଲ୍ଲୀରୁ ହାଓ୍ଵାଡ ଯାଉଥିବା ଟ୍ରେନଗୁଡିକର ଯାତ୍ରା ସମୟରେ ପାଞ୍ଚ ଘଣ୍ଟା ହ୍ରାସ କରାଯିବ ବୋଲି ଜଣାଯାଇଛି। ଏଥିପାଇଁ ରେଳବାଇ ପକ୍ଷରୁ ୧୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ଜଣାଯାଇଛି। ଇତିମଧ୍ୟରେ ରେଳ ମାର୍ଗରେ ଭିତ୍ତିଭୂମିର ଆଧୁନିକୀରଣ ଆରମ୍ଭ ହୋଇଯାଇଛି।

ଦିଲ୍ଲୀ-ହାଓ୍ଵାଡା ଏବଂ ଦିଲ୍ଲୀ-ମୁମ୍ବାଇ ରେଳ ରାସ୍ତାରେ ଯାତ୍ରା ସମୟ ହ୍ରାସ କରିବା ଲାଗି ରେଳବାଇ ଟ୍ରେନ ଗୁଡ଼ିକର ବେଶ ବୃଦ୍ଧି କରାଇବ। ଏହି ଟ୍ରେନଗୁଡିକର ବେଗ ଘଣ୍ଟପ୍ରତି ୧୬୦ କିଲୋମିଟର ରହିବ ବୋଲି କୁହାଯାଉଛି। ପ୍ରସ୍ତାବିତ ଯୋଜନା ଅନୁଯାୟୀ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୧,୪୮୩ କିଲୋମିଟର ଦୂରତା ପାଇଁ ୬,୮୦୬ କୋଟି ଟଙ୍କା ବିନିଯୋଗ କରାଯିବାର ଅନୁମାନ କରାଯାଉଛି।

By amfnews

Related Post