Tue. Dec 24th, 2024

ରୁଷ୍‌ର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁସ୍ତିନ୍ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ

By amfnews May 1, 2020 #Featured
233 Views

ମସ୍କୋ  : କରୋନାଭାଇରସ୍ ପରୀକ୍ଷାରେ ତାଙ୍କର ନମୁନା ପଜିଟିଭ୍ ବାହାରିଥିବା କଥା ଗୁରୁବାର ଦିନ ରୁଷ୍‌ର ରାଷ୍ଟ୍ରପତି ମିଖାଇଲ୍ ମିଶୁସ୍ତିନ୍ କହିଛନ୍ତି। ସର୍ବୋଚ୍ଚସ୍ତରୀୟ ରୁଷୀୟ ସରକାରୀ କର୍ତ୍ତୃପକ୍ଷଙ୍କ କରୋନାଭାଇରସ୍ ସଂକ୍ରମିତ ହେବାରେ ଏହା ହେଉଛି ପ୍ରଥମ ଘଟଣା।

ଏ ଖବର ପାଇବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ ନିମ‌ନ୍ତେ ରୁଷ୍‌ର ପ୍ରଧାନମନ୍ତ୍ରୀ ମିଶୁସ୍ତିନ୍‌ଙ୍କ ପ୍ରତି ମୋର ଶୁଭକାମନା। କୋଭିଡ୍୧୯ ମହାମାରୀକୁ ପରାସ୍ତ କରିବା ଉଦ୍ୟମରେ ଆମେ ଆମର ଘନିଷ୍ଠ ବନ୍ଧୁ ରୁଷ୍‌କୁ ସମର୍ଥନ କରୁଛୁ।

Narendra Modi

@narendramodi

My best wishes to Russian PM Mishustin for early recovery and good health. We stand with our close friend Russia in efforts to defeat the COVID-19 pandemic. @GovernmentRF

ଭିଡିଓ କଲ୍ କରି ମିଶୁସ୍ତିନ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କୁ କହିଛନ୍ତି ଯେ ସେ ଏକାନ୍ତବାସରେ ରହିବେ କିନ୍ତୁ, ଦେଶର ପ୍ରମୁଖ ଘଟଣା ସମ୍ପର୍କରେ ଯୋଗସୂତ୍ର ରଖିବେ। ଉଭୟଙ୍କ ମଧ୍ୟରେ ଶେଷଥର ପାଇଁ କେବେ ସଶରୀର ଭେଟ ହୋଇଥିଲା, ତାହା ହଠାତ୍ ଜଣାପଡ଼ିନାହିଁ।

ରୁଷ୍‌ ପୂର୍ବତନ ଟିକସ ମୁଖ୍ୟ ୫୪ ବର୍ଷିୟ ମିଶୁସ୍ତିନ୍‌ଙ୍କୁ ଗତ ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା। ତାଙ୍କ ଠାରେ କରୋନାଭାଇରସ୍‌ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନ ଥିବା କଥା ସେ ଭିଡିଓ କଲ୍‌ରେ କହିଛନ୍ତି। ପୁଟିନ୍ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ରୁଷ୍‌ରେ କରୋନାଭାଇରସ୍ ସଂକ୍ରମଣ ହେବା ପ୍ରାରମ୍ଭରୁ ରାଷ୍ଟ୍ରପତି ପୁଟିନ୍ ବୈଠକ ସଂଖ୍ୟା ସର୍ବନିମ୍ନ କରିବା ସହ ସରକାରୀ ଅଧିକାରୀମାନଙ୍କ ସହ ଦୈନିକ ଭିଡିଓ କଲ୍‌ ଯୋଗେ ବୈଠକ କରୁଛନ୍ତି। ପ୍ରଥମ ଉପପ୍ରଧାନମନ୍ତ୍ରୀ ଆନ୍ଦ୍ରେଇ ବେଲୋଉସୋଭ୍ ଅସ୍ଥାୟୀ ଭାବେ ମିଶୁସ୍ତିନଙ୍କ କାର୍ଯ୍ୟ ଚଳାଇବେ।

By amfnews

Related Post