Sat. Dec 28th, 2024

ରୁଷିଆରୁ ଏସ-୪୦୦ କିଣିବା ନେଇ ଆମେରିକା ସହ ଭାରତର ହୋଇପାରେ ମତାନ୍ତର

By amfnews Jan 16, 2021 #Featured
253 Views

ନୂଆଦିଲ୍ଲୀ, ଜାନୁଆରୀ ୧୬ : ଆମେରିକାରେ ଅଳ୍ପ କିଛି ଦିନ ପରେ ନୂଆଁ ସରକାର କ୍ଷମତାକୁ ଆସିବ । କିନ୍ତୁ ଏହା ପୂର୍ବରୁ ରୁଷିଆରରୁ ଏସ-୪୦୦ ପ୍ରତିରକ୍ଷା ସାମଗ୍ରୀ କିଣିବାକୁ ନେଇ ଭାରତର ଆମେରିକା ସହ ମତାନ୍ତର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କାରଣ ଭାରତ ଯେତେବେଳେ ରୁଷିଆର ଠାରୁ ଏସ-୪୦୦ ପ୍ରତିରକ୍ଷା ସାମଗ୍ରୀ କିଣିବାକୁ ଯାଉଛି, ଏହାରି ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ସାମଗ୍ରୀ କିଣିବା ନେଇ ତୁର୍କୀ ଭଳି ଭାରତ ଉପରେ ମଧ୍ୟ କଟକଣା ଲାଗି ପାରେ । 

ଟ୍ରମ୍ପ ପ୍ରଶାସନ ଭାରତରୁ ୫ଟି ମିସାଇଲ ପ୍ରଣାଳୀ ଲାଗି ୫.୫ ମିଲିୟନ ଡଲାର ବୁଝାମଣା ଛାଡ଼ିବା ଓ କୁଟନୈତିକ ସଂକଟରୁ ବର୍ତ୍ତିବା ପାଇଁ କହିଛି । ଆମେରିକାର କହିବା ଅନୁସାରେ ଦିଲ୍ଲୀ ନିକଟରେ ୨୦୧୭ର ଆମେରିକା ଆଇନ ବ୍ୟାପକ ରିହାତି ପ୍ରାପ୍ତ ନାହିଁ, ଯାହାର ଉଦ୍ଦେଶ୍ୟ ରୁଷିଆ ସୈନ୍ୟ ସାମଗ୍ରୀ କିଣିବାକୁ ଯାଉଥିବା ଦେଶକୁ ଅଟକାଇ ପାରିବ ।  

ଭାରତର କହିବା ଅନୁସାରେ ଚୀନରେ ପ୍ରସ୍ତୁତ ହେଉଥିବା ବିପଦପୂର୍ଣ୍ଣ ଜିନିଷ ସମ୍ମୁଖୀନ କରିବା ଲାଗି ଭୂପୃଷ୍ଠରୁ ଆକାଶକୁ ମାରିପାରୁଥିବା ମିସାଇଲର ଆବଶ୍ୟକତା ରହିଛି । ଭାରତ ଓ ଚୀନ ମଧ୍ୟରେ ଏପ୍ରିଲରୁ ସୀମାରେ ମୁହାଁମୁର୍ହି ସ୍ଥିତି ଜାରି ରହିଛି, ଯାହାକି ଅନେକ ଦଶନ୍ଧି ପରେ ସବୁଠାରୁ ବଡ଼ ଗମ୍ଭୀର ଅବସ୍ଥାକୁ ଦର୍ଶାଉଛି । 

By amfnews

Related Post