Sun. Nov 24th, 2024

ରିମ୍ସରେ ସିଲଭର ଜୁବୁଲି ଆଲୁମିନି ମିଟ୍

By amfnews Nov 25, 2018 #Featured
167 Views

ରାଉରକେଲା, ୨୫ା୧୧  : ଆଜି ରିମ୍ସ ପରିସରରେ ୧୯୯୩-୧୯୯୪ ବର୍ଷର ସମସ୍ତ ସ୍ନାତକ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସିଲଭର ଜୁବୁଲି ଆଲୁମିନି ମିଟ୍ “ରିସ୍ତା-୨୦୧୮’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରିମ୍ସର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆରମ୍ଭ ସାଢେ ୧୧ଟା ବେଳେ ହୋଇଥିଲା ।

ପୁରାତନ ଛାତ୍ରଛାତ୍ରୀ ସ୍ୱର୍ଗତ ସୌର୍ଯ୍ୟ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ରିମ୍ସ ପ୍ରଫେସର ଝେଲମ ନାୟକ ସାବିତ୍ରୀ ଆବୃତ୍ତି କରିଥିଲେ । ରିମ୍ସ ଚେୟାର ପର୍ସନ ନଳିନୀପ୍ରଭା ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ବର୍ଦ୍ଧନାରେ ଶ୍ରୀମତୀ ପଟ୍ଟନାୟକ ପୁରାତନ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରି ନିଜର ବକ୍ତବ୍ୟ ଶେଷ କରିଥିଲେ ।

ଏହାପରେ ରିମ୍ସ ପ୍ରତିଷ୍ଠାତା ପ୍ରଫେସର ସ୍ୱର୍ଗତ ସୌର୍ଯ୍ୟ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବେଷିତ ଏକ ସଂକ୍ଷିପ୍ତ ଭିଡିଓ ପ୍ରଦର୍ଶନ କରାଯିବା ସହ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବେଷିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଲେଜର ଡ.ସନ୍ତୋଷ କୁମାର ବିଶ୍ୱାଳ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ ।

ପରେ ରିମ୍ସ ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ଭାରପ୍ରାପ୍ତ ନିର୍ଦ୍ଦେଶକ ଡ.କରୁଣାକର ପାତ୍ର, ଆର୍ଆଣ୍ଡଡି ଓ ଏକାଡେମିକ ନିର୍ଦ୍ଦେଶକ ଡ.ଶ୍ରୀକୁମାର, ରିମ୍ସ ଉପଦେଷ୍ଟା ରୀତା ପଟ୍ଟନାୟକ ଏବଂ ଡ.ଆର୍ଯ୍ୟ ପଟ୍ଟନାୟକ ପ୍ରମୁଖ ନିଜ ନିଜର ସନ୍ତୋଷ ବ୍ୟକ୍ତ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଅପରାହ୍ନ ସାଢେ ୪ଟା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

By amfnews

Related Post