Thu. Jan 16th, 2025

ରିମ୍ସରେ କ୍ୟାମ୍ପସ୍ ଚୟନ

By amfnews Jan 17, 2019 #Featured
101 Views

ରାଉରକେଲା, ୧୭ା୧ : ୧୧ ଜାନୁୟାରୀରୁ ୧୪ ଜାନୁୟାରୀ, ୨୦୧୯ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ (ରିମ୍ସ୍) ପରିସରରେ କ୍ୟାମ୍ପସ୍ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍ଗାଲୋରର ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀ ଯଥା ଆଇବିଏମ୍, କ୍ୟାପ୍ ଜେମିନି ଓ ନେଟ୍ କନେକ୍ଟର ପଦାଧିକାରୀମାନେ ଯୋଗ ଦେଇ ରିମ୍ସ୍ର ପୋଷ୍ଟ ଗ୍ରାଜୁଏଟ୍ ମ୍ୟାନେଜମେଣ୍ଟ (ଏମ୍ବିଏ)ର ଛାତ୍ରଛାତ୍ରୀମାନଙ୍କୁ ଚୟନ କରିଛନ୍ତି । ଏହି କ୍ୟାମ୍ପସ୍ ଚୟନ ପ୍ରକ୍ରିୟାରେ ରିମ୍ସର ପୋଷ୍ଟା ଗ୍ରାଜୁଏଟ୍ ମ୍ୟାନେଜମେଣ୍ଟର ୨୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ଏହି ଚୟନ ପ୍ରକ୍ରିୟାରେ ଆଇବିଏମ୍ ୫ ଜଣ, କ୍ୟାପ୍ ଜେମିନି ୫ ଜଣ ଓ ନେଟ୍ କନେକ୍ଟ କମ୍ପାନୀ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଆଗାମୀ ଦିନରେ ଏଭଳି ବହୁ ପ୍ରତିଷ୍ଠିତ କମ୍ପାନୀମାନେ ପୋଷ୍ଟ ଗ୍ରାଜୁଏଟ୍ ମ୍ୟାନେଜମେଣ୍ଟ ଏବଂ ଏମ୍ସିଏ ଛାତ୍ରଛାତ୍ରୀଙ୍କ ପାଇଁ ଚୟନ ପ୍ରକ୍ରିୟା ପାଇଁ ରିମ୍ସକୁ ଚଳିତ ମାସ ଏବଂ ଆସନ୍ତା ମାସରେ ଆସିବାର ରହିଛି । ଉପରୋକ୍ତ ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଓଡିଶାର ରାଉରକେଲାକୁ ପ୍ରଥମ ଥର ପାଇଁ ଆସିଥିବାରୁ ସମଗ୍ର ସହରବାସୀ ଆନନ୍ଦିତ ଓ ଉତ୍ସାହିତ ।

ଏଭଳି କ୍ୟାମ୍ପସ୍ ଚୟନ ରିମ୍ସ୍ ଆଣିଥିବାରୁ ସହରବାସୀ ଗର୍ବିତ । ଆଗାମୀ ଦିନମାନଙ୍କରେ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ଶିକ୍ଷାର ଛାତ୍ରଛାତ୍ରୀମାନେ ସଫଳତା ପାଇଁ ଆଶାୟୀ । ରିମ୍ସ୍ ଗ୍ରୁପ ସମ୍ପାଦକ ଡ.ଆର୍ଯ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ଡିନ୍ ଏକାଡେମିକ୍ ଡ.ସନ୍ତୋଷ କୁମାର ବିଶ୍ୱାଳ ଏବଂ ଚେୟାରପର୍ସନ ନଳିନୀପ୍ରଭା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସମଗ୍ର ରିମ୍ସ ପରିବାର ବୃନ୍ଦଙ୍କ ସହଯୋଗରେ ଏହି ପ୍ରତିଷ୍ଠିତ କମ୍ପାନୀଗୁଡିକ ରିମ୍ସ୍ରେ କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାକୁ ଆଣିପାରିଥିବାରୁ ସମସ୍ତ ଅଭିଭାବକ ଏବଂ ସମଗ୍ର ସହରବାସୀ ସେମାନଙ୍କ ଧନ୍ୟବାଦ ଜଣାଇବା ସହ ଗର୍ବିତ ଅନୁଭବ କରୁଛନ୍ତି ।

ନିକଟ ଭବିଷ୍ୟତରେ ଏଭଳି ଅନେକ ପ୍ରତିଷ୍ଠିତ କମ୍ପାନୀମାନେ ଆସି ରିମ୍ସରେ ରାଉରକେଲା ପିଲାମାନଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ସହରବାସୀ ଆଶାୟୀ । ରିମ୍ସ୍ର ବିବିଏ ଓ ବିସିଏ ଛାତ୍ରଛାତ୍ରୀମାନେ ମଧ୍ୟ ଏହି କ୍ୟାମ୍ପସ୍ ଚୟନରେ ଅଂଶଗ୍ରହଣ କରି ନିଯୁକ୍ତି ପାଇଥିଲେ । ନିକଟ ଭବିଷ୍ୟତରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପାଇଁ ମଧ୍ୟ ରିମ୍ସ ଉଦ୍ୟମରତ ଅଛି ବୋଲି ରିମ୍ସ୍ ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post