Fri. Mar 6th, 2026

ରାୟଗଡ଼ା: ବଂଶଧାରାରେ ନଦୀ ଭଉଁରିରେ ବୁଡ଼ି ବିଟେକ୍‌ ଛାତ୍ରଙ୍କ ମୃତ୍ୟୁ

321 Views

ଚନ୍ଦନ ଓ ତା’ର ପିଉସୀପୁଅ ଭାଇ ରିଙ୍କୁ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ବଂଶଧାରା ପୋଲ ନିକଟରେ ଗାଧୋଇବା ସମୟରେ ଉଭୟ ସେଠାରେ ଘୂରୁଥିବା ପାଣି ଭଉଁରି କବଳରେ ପଡ଼ିଯାଇଥିଲେ। ସେଠାରେ ଗାଧାଉଥିବା ଅନ୍ୟ ଜଣେ ବ୍ୟକ୍ତି ରିଙ୍କୁକୁ ଜୀବନ୍ତ ଉଦ୍ଧାର କରିଥିଲେ, କିନ୍ତୁ ଚନ୍ଦନକୁ ପାଣି ଭିତରେ ଖୋଜି ପାଇ ନ ଥିଲେ।

ଦମକଳ ବିଭାଗକୁ ଖବର ଦେବା ପରେ ସେମାନେ ପାଣିରେ ଖୋଜାଖୋଜି କରି ଚନ୍ଦର ଶବ ଉଦ୍ଧାର କରିଥିଲେ। ମୃତ ଚନ୍ଦନ ବିଟେକ୍‌ ଶେଷ ବର୍ଷର ଛାତ୍ର ଥିଲେ।

By amfnews

Related Post