Sat. Mar 7th, 2026

ରାୟଗଡ଼ା: ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ

206 Views

ରାୟଗଡ଼ା, ଡିସେମ୍ବର ୨୫ : ଆଜି ସକାଳେ ହୀରାଖଣ୍ଡ ଏକ୍ସପ୍ରେସ ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି। ଗ୍ୟାଙ୍ଗମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ରେଳ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଗଦଲପୁର- ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ଷ୍ଟେସନ ପୂର୍ବରୁ ଯାଉଥିବା ବେଳେ ସେହି ରୁ୍‌ଟରେ କାର୍ଯ୍ୟକରୁଥିବା ଜଣେ ଗ୍ୟ୍ୟାଙ୍ଗମ୍ୟାନ ରେଲ ଧାରଣାରେ ଫାଟ ଥିବା ଦେଖିବାକୁ ପାଇଥିିଲେ।

ତେବେ ସେହି ଲାଇନ୍‌ରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଆସୁଥିବା ଖବର ପାଇ ସଙ୍ଗେସଙ୍ଗେ ଗୃାଙ୍ଗମୃାନ ଏନେଇ ସିଗ୍‌ନାଲିଂ ଇଞ୍ଜିନିୟରଙ୍କୁ ଅବଗତ କରିଥିଲେ। ଫଳରେ ସେହିଠାରେ ହୀରାଖଣ୍ଡ ଏକ୍‌ସପ୍ରେସକୁ ଅଟକାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଏହି ଫାଟର ମରାମତି କରାଯିବା ପରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ହୀରାଖଣ୍ଡ ଏକ୍ତସପ୍ରେସ ତାର ଗନ୍ତବ୍ୟପଥରେ ଯାତ୍ରା କରିଛି।

By amfnews

Related Post