Thu. Mar 12th, 2026

ରାହୁଳ ଗାନ୍ଧୀଙ୍କ ଉତ୍ତରାଧିକାରୀ ଚୟନ କରିବାକୁ କଂଗ୍ରେସ ଓ୍ଵାର୍କିଙ୍ଗ୍‌ କମିଟିର ବୈଠକ ଆରମ୍ଭ

193 Views

ନୂଆଦିଲ୍ଲୀ  : ଦଳର ଅଧ୍ୟକ୍ଷ ଭାବେ ରାହୁଳ ଗାନ୍ଧୀଙ୍କର ଉତ୍ତରାଧିକାରୀ ଚୟନ କରିବାକୁ ଶନିବାର ଦିନ ଦିଲ୍ଲୀରେ ଆରମ୍ଭ ହୋଇଛି କଂଗ୍ରେସର ଶୀର୍ଷସ୍ତରୀୟ ନିଷ୍ପତ୍ତି ଗ୍ରହଣକାରୀ କମିଟି ‘ସିଡବ୍ଲୁସି’ର ବୈଠକ। କଂଗ୍ରେସ ନେତୃତ୍ୱ ସଙ୍କଟର ସମାଧାନ ନିମନ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅହମଦ ପଟେଲ୍‌ ଏବଂ ପି ଚିଦାମ୍ବରମ୍‌ଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାମାନେ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟରେ ଏକତ୍ର ହୋଇଛନ୍ତି।

ରାହୁଳ ଗାନ୍ଧୀଙ୍କ ବ୍ୟତୀତ, ରାଜସ୍ଥାନ ଅଧ୍ୟକ୍ଷ ସଚିନ ପାଇଲଟ୍‌ଙ୍କ ସମେତ ଦଳର କେତେକ ରାଜ୍ୟ ୟୁନିଟ୍‌ର ମୁଖ୍ୟ ବୈଠକରେ ଉପସ୍ଥିତ ଅଛନ୍ତି।
ବୈଠକରେ ଯୋଗ ଦେଇଥିବା ସଦସ୍ୟମାନେ ପାଞ୍ଚ ଭାଗରେ ବିଭକ୍ତ ହୋଇ ଦଳର ନେତା ଚୟନ କରିବାକୁ ଆଲୋଚନା କରିବେ ବୋଲି ଶନିବାର ଦିନ ବିଶେଷ ସୂତ୍ରରୁ ଖବର ମିଳିଥିଲା। ନୂତନ କଂଗ୍ରେସ ମୁଖ୍ୟ ଚୟନରେ ବିଳମ୍ବ ଯୋଗୁଁ ଦଳର କ୍ଷତି ହେଉଛି ବୋଲି ଦଳର ଅନେକ ଲୋକ ସର୍ବସାଧାରଣରେ ସେମାନଙ୍କ ମତବ୍ୟକ୍ତ କରୁଥିଲେ।

By amfnews

Related Post