Sat. Mar 7th, 2026

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମାନହାନି ଅଭିଯୋଗ ଆଣିଲେ ଶିବରାଜଙ୍କ ପୁଅ କାର୍ତିକେୟ

177 Views

ନୂଆଦିଲ୍ଲୀ, ଅକ୍ଟୋବର ୩୦  : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପୁଅ କାର୍ତିକେୟ ପାନାମା ପେପର ମାମଲାରେ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି । ଏହି ମାମଲାରେ ରାହୁଲ ନିଜର ଭୁଲ୍ ସ୍ୱୀକାର କରିଥିଲେ ମଧ୍ୟ ସେପର୍ଯ୍ୟନ୍ତ ଡେରି ହୋଇଯାଇ ଥିଲା । ପାନାମା ଦୁନିର୍ତୀ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ପୁଅର ନାମ ଭୁଲବଶତଃ ନେଇଥିବା କାରଣରୁ କାର୍ତିକେୟ ଆଜି ରାହୁଲଙ୍କ ବିରୁଦ୍ଧରେ ମାନହାନି କେସ୍ କରିଛନ୍ତି ।

ସୂଚନାନୁଯାୟୀ, କାର୍ତିକେୟ ଭୋପାଳ କୋର୍ଟରେ ରାହୁଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଗତକାଲି ରାହୁଲ ଗାନ୍ଧୀ ଏକ ଜନସଭାରେ ସମ୍ବୋନ୍ଧିତ କରୁଥିବା ସମୟରେ କହିଥିଲେ ଯେ, ପାକିସ୍ତାନରେ ନୱାଜ ସରିଫଙ୍କ ନାମ ଦୁନିର୍ତୀରେ ବାହାରିଲେ ତାଙ୍କୁ ଜେଲଦଣ୍ଡ ହେଉଛି କିନ୍ତୁ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାମ ପାନାମା ପେପରରେ ବାହାରିବା ସତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।

ତେବେ ରାହୁଲ ଗାନ୍ଧୀ ଏହା ପରେ ସଫାଇ ଦେଇଛନ୍ତି । ସେ କହିଛନ୍ତି କି ବିଜେପିର ଶାସନରେ ଦେଶ ଏତେ ଦୁର୍ନିତୀ ଗ୍ରସ୍ତ ହୋଇ ସାରିଛି ଯେ, ସେ ଦ୍ବନ୍ଦରେ ପଡିଥିଲେ। ପାନାମା ଦୁନିର୍ତୀରେ ଶିବରାଜଙ୍କ ପୁଅ ନୁହେଁ ବରଂ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅର ନାମ ରହିଛି ।

ଏହା ପରେ ଶିବରାଜ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ଯଦି କୌଣସି ଜୁନିଅର ନେତା ଏଭଳି କହିଥାନ୍ତେ ତେବେ ତାହା ଠିକ୍ ଅଛି କିନ୍ତୁ ରାହୁଲଙ୍କ ଭଳି ଜଣେ ଦାୟିତ୍ୱବାନ୍ ଏବଂ ବରିଷ୍ଠ ନେତା ଏପରି କହିବା ଶୋଭା ଦେଉ ନାହିଁ । ତେଣୁ ସେ ମାନହାନୀ କେସ୍ କରିବେ । ଯଦି ରାହୁଲ ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତି ତେବେ ସେ ଏହି ବିଷୟରେ ଚିନ୍ତା କରିବେ ।

By amfnews

Related Post