Tue. Apr 22nd, 2025

ରାହୁଲଙ୍କ ଜମ୍ମୁ କଶ୍ମୀର ଗସ୍ତକୁ ସମାଲୋଚନା କଲେ ମାୟାବତୀ

By amfnews Aug 26, 2019 #Featured
203 Views

ନୂଆଦିଲ୍ଲୀ  : ଶନିବାର ଶ୍ରୀନଗର ବିମାନବନ୍ଦରରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜମ୍ମୁ କଶ୍ମୀର ପରିଦର୍ଶନ ପାଇଁ ଆସିଥିବା ବିରୋଧୀ ଦଳ ନେତାଙ୍କୁ ପ୍ରଶାସନ ଫେରାଇ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଉପ ରାଜ୍ୟପାଳ ସତ୍ୟପାଲ୍ ମଲିକ। ସେ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ସରକାର ନିମନ୍ତ୍ରଣ କରିଥିଲେ ବୁଲି ଦେଖିବା ପାଇଁ। ହେଲେ ରାହୁଲ ଗାନ୍ଧି ଏହି ଗସ୍ତର ଫାଇଦା ନେଇ ବନ୍ଦୀ ହୋଇଥିବା ନେତା, ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ ଭେଟି ଆଲୋଚନା କରିବା ପାଇଁ ଚାହୁଁଥିଲେ। ଏଥିପାଇଁ ରାହୁଲ ଗାନ୍ଧି ତାଙ୍କୁ ଅନୁମତି ମାଗିଥିଲେ। ହେଲେ ସେ ଏହି ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ପ୍ରଶାସନ ବିମାନବନ୍ଦରରୁ ବିରୋଧୀ ଦଳ ନେତାଙ୍କୁ ଫେରାଇ ଦେଇଥିଲା ବୋଲି ଉପ ରାଜ୍ୟପାଳ ଶ୍ରୀ ମଲିକ୍ କହିଛନ୍ତି।

ଏଥିସହିତ ଜମ୍ମୁ କଶ୍ମୀର ଯାଇଥିବା ବିରୋଧୀ ଦଳକୁ ସମାଲୋଚନା କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ସୁଶ୍ରୀ ମାୟାବତୀ। ଜମ୍ମୁ କଶ୍ମୀର ଯିବା ପୂର୍ବରୁ ଥରୁଟିଏ ରାହୁଲ ଗାନ୍ଧି ଭାବିବା ଉଚିତ୍ ଥିଲା ବୋଲି ମାୟାବତୀ ଆଜି ଟୁଇଟ୍ କରି କହିଛନ୍ତି। ଡକ୍ଟର ବି.ଆର ଆମ୍ୱେଦକର ଚାହୁଁଥିଲେ ଅଖଣ୍ଡ ଭାରତ। ତେଣୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାର ନେଇଥିବା ନିଷ୍ପତ୍ତିକୁ ବିଏସପି ସଂସଦରେ ମଧ୍ୟ ସମର୍ଥନ କରିଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ରାହୁଲ ଗାନ୍ଧୀଙ୍କ ନେତ୍ୱତ୍ୱରେ ଏଗାର ଜଣ ବିରୋଧୀ ଦଳଗୁଡ଼ିକର ନେତା ଜମ୍ମୁ କଶ୍ମୀର ଗସ୍ତ କରିଥିଲେ। ଏହି ଟିମରେ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଏମ ନେତା ସୀତାରାମ ୟେଚୁରୀ, ସିପିଆଇର ଡି. ରାଜା, ଡିଏମ୍‌କେର ଟି. ଶିବା, ମନୋଜ ଝା, ଟିଏମ୍‌ସିର ଦିନେଶ ତ୍ରିବେଦୀ, ପୂର୍ବତନ ଜେଡିୟୁ ନେତା ଶରଦ ଯାଦବ ଶ୍ରୀନଗର ଯାଇଥିଲେ।

By amfnews

Related Post