Mon. Apr 21st, 2025

ରାହୁଲଙ୍କୁ ‘ରାବଣ’; ପ୍ରିୟଙ୍କାଙ୍କୁ ‘ସୃପଣେଖା’ ଓ ମୋଦିଙ୍କୁ ‘ପ୍ରଭୁ ଶ୍ରୀରାମ’ ଭାବେ ବର୍ଣ୍ଣନା କରି ବିବାଦରେ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ

By amfnews Jan 30, 2019 #Featured
318 Views

ଲକ୍ଷ୍ନୌ (ଉତ୍ତରପ୍ରଦେଶ), ଜାନୁଆରୀ ୩୦ : ବିଭିନ୍ନ ସମୟରେ ବିବାଦୀୟ ବୟାନ ପ୍ରଦାନ କରି ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଉତ୍ତରପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ଓ ଏଆଇସିସିର ସାଧାରଣ ସଂପାଦକ ଭାବେ ପ୍ରିୟଙ୍କାଙ୍କ ନିଯୁକ୍ତିକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ।

ଆଜି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଏକ ବୟାନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ‘ରାବଣ’ ଓ ପ୍ରିୟଙ୍କୁ ‘ସୃପଣେଖା’ ଭାବେ ବର୍ଣ୍ଣନା କରିଛନ୍ତି। ରାମାୟଣର ଦୁଇ ଖଳ ଚରିତ୍ର ‘ରାବଣ’ ଓ ‘ସୃପଣେଖା’ ଭାବେ ଯଥାକ୍ରମେ ରାହୁଲ ଓ ପ୍ରିୟଙ୍କୁ ଦର୍ଶାଇବା ସହ ରାମାୟଣ ଯୁଦ୍ଧରେ ପରାଜୟ ଭୟରେ ରାବଣ ଯେପରି ସୃପଣେଖାକୁ ଯୁଦ୍ଧ ମଇଦାନକୁ ଆଣିଥିଲା ଠିକ୍‌ ସେହିପରି ଢ଼ଙ୍ଗରେ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଆଣିଥିବା କହିଛନ୍ତି ବିଧାୟକ ସୁରେନ୍ଦ୍ର ସିଂହ।

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମାୟଣର ‘ପ୍ରଭୁ ଶ୍ରୀରାମ’ ଭାବେ ବର୍ଣ୍ଣନା କରିବା ସହ ଆଗାମୀ ନିର୍ବାଚନ ଯୁଦ୍ଧରେ ଶ୍ରୀରାମ ରାବଣ ବଂଶକୁ ଧରାଶାୟୀ କରିବେ ବୋଲି କହିଛନ୍ତି।

By amfnews

Related Post