ପାଣାଜି : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ବିଜେପିର ବରିଷ୍ଠ ନେତା ଗତକାଲି ଗୋଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ କହିଛନ୍ତି ‘ଧାରା ୩୭୦ ପ୍ରସଙ୍ଗରେ ରାହୁଲ୍ କିଛି କହିବେ ବୋଲି ଜଣାପଡ଼ୁନି। କାରଣ ସେ ଏବେ ‘ରଣଛୋଡଦାସ ଗାନ୍ଧି’ ହୋଇ ଯାଇଛନ୍ତି। କଂଗ୍ରେସ ସାଧାରଣ ନିର୍ବାଚନ ହାରିବା ପରେ ଦଳକୁ ମଜବୁତ କରିବା ଦାୟିତ୍ୱ ତାଙ୍କର ଥିଲା, ହେଲେ ସେ ଏହା ନକରି ଅନ୍ୟତ୍ର ପଳାଇଲେ ବୋଲି ଶିବରାଜ କହିଛନ୍ତି।
ଗୋଆରେ ବିଜେପି ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କୁ ସମ୍ୱୋଧନ କରିବା ବେଳେ ଶିବରାଜ କହିଛନ୍ତି ଏବେ ଆଶା କରୁଛୁ କଂଗ୍ରେସର ନୂଆ ଅଧ୍ୟକ୍ଷ ସୋନିଆ ଗାନ୍ଧି ଧାରା ୩୭୦ ବାବଦରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବେ।
Former Madhya Pradesh CM Shivraj Singh Chouhan: I don’t expect Rahul Gandhi to speak on the matter (#Article370) because he has become Ranchoddas Gandhi. As president of the party, it was his job to strengthen the party after loss. But he didn’t do so. (18/8/2019) https://twitter.com/ANI/status/1163221024395137026 …
ANI✔@ANI
Former Madhya Pradesh CM Shivraj Singh Chouhan: Congress is falling apart. Madam (Sonia Gandhi)&Rahul Gandhi haven’t said anything till date. I demand that Sonia ji should clear Congress’ viewpoint in the matter. #Article370 (18/8/2019)
ଏହି ଅବସରରେ ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଆଜି ଜମ୍ମୁ କଶ୍ମୀରରେ ସମସ୍ୟା ଦେଖାଦେଇଛି। ଖାଲି ଏତିକି ନୁହେଁ ଭୁଲ୍ ନିଷ୍ପତ୍ତି ପାଇଁ ଗୋଆକୁ ଦୀର୍ଘ ୪୫୧ ବର୍ଷ ଧରି ପର୍ତ୍ତୁଗୀଜ ଶାସନ କରୁଆସୁଥିଲା ବୋଲି ସେ କହିଛନ୍ତି। ଶେଷରେ ୧୯୬୧ରେ ଗୋଆ ଭାରତରେ ମିଶିଥିଲା ବୋଲି ସେ କହିଛନ୍ତି।
ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭଗବାନ କୃଷ୍ଣ-ଅର୍ଜୁନଙ୍କ ସହ ତୁଳନା କରିଥିଲେ।