Sat. Mar 7th, 2026

ରାସ୍ତା ଉପରେ ପଡ଼ି ରହିଛି ବୋଲେରୋ

170 Views

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଜଷିପୁର ଥାନା ଅନ୍ତର୍ଗତ ୪୯ ନମ୍ୱର ଜାତୀୟ ରାଜପଥର ଟଙ୍ଗାବିଲା ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି।  ଏକ ବୋଲେରୋ ଭାରସାମ୍ୟ ହରାଇ  ରାସ୍ତାକୁ ଓଲଟି ପଡ଼ିଛି। ବୋଲେରୋଟି ଫିଲ୍ମ ଷ୍ଟାଇଲରେ ପଡ଼ିଥିବା ବେଳେ ଗାଡ଼ି ପାଖରେ ଡ୍ରାଇଭର ମଧ୍ୟ ନାହିଁ। କୁହାଯାଉଛି ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଛି। ସେହିପରି ବୋଲେରୋରେ କେହି ଲୋକ ଥିଲେ କି ନାହିଁ  ତାହା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାସ୍ଥଳରେ  ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ସେହିପରି ଗାଡ଼ିର ମାଲିକ ମଧ୍ୟ ସେଠାରେ ପହଞ୍ଚି ନାହାନ୍ତି।

By amfnews

Related Post