Sat. Mar 7th, 2026

ରାସ୍ତାରେ ପୋତାଯାଇଥିବା ଲ୍ୟାଣ୍ଡ ମାଇନ୍ସ ଠାବ, ଘଟଣାସ୍ଥଳରେ ସିଆରପିଏଫ ପହଞ୍ଚିଲେ

363 Views

ରାୟଗଡ଼ା, ଜାନୁଆରୀ ୩୧: ନକ୍ସଲମାନେ ରାୟଗଡ଼ା ଜିଲ୍ଲାର ରୟଗଡ଼ା- ବିଷମ କଟକ ରାସ୍ତାର ଚାଟିକଣା ରାସ୍ତାରେ ଲ୍ୟାଣ୍ଡ ମାଇନ୍‌ସ ବିଛାଇଛନ୍ତି। ଲ୍ୟାଣ୍ଡମାଇନ୍ସ ବିଛାଯାଇଥିିବା ସୂଚନା ପାଇ ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଲ୍ୟାଣ୍ଡ ମାଇନ୍ସକୁ ଠାବ କରିଛନ୍ତି।
ସୂଚନାଯୋଗ୍ୟ ଯେ ସରକାର ଓ ପୁଲିସ ବିରୋଧରେ ନକ୍ସଲମାନେ ପ୍ରତି ଗାଁରେ ପ୍ରଜାମେଳି କରି ଯୁବକଯୁବତୀଙ୍କୁ ନ୍‌କ୍ସଲ ସଙ୍ଗଠନ ସହିତ ଜଡିତ ହବାକୁ ଆହ୍ଵାନ ଦେଉଛନ୍ତି। ଗତ ୨୫ ତାରିଖରୁ ଏହି କାର୍ଯ୍ୟ ଚାଲିଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ନକ୍ସଲମାନେ ବିରୋଧ କରୁଛନ୍ତି। ଏପରିକି ଚଳିତମାସ ୨୫ରୁ ୩୧ ତାରିଖ ଯାଏ ନକ୍ସଲମାନେ ଭାରତ ବନ୍ଦ ଡାକ୍ରା ଦେଇତିବା ବେଳେଆଜି ସମ୍ପୂର୍ଣ୍ଣ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ସପ୍ତାହକ ମଧ୍ରରେ ନକ୍ସଲମାନେ ଯାତ୍ରୀବାହୀ ବସ, ଟ୍ରକ ଜାଳି ଦେବା ସହିତ ବିଭିନ୍ନ ସ୍ଥାନରେ ପୋଷ୍ଟର, ପତାକା, ବୃାନର ମାରି ସରକାର ଓ ପୁଲିସ ବିରୋଧରେ ଆଦିବାସୀ ଲୋକଙ୍କୁ ମେଳି କରୁଛନ୍ତି।

ସୂଚନାଯୋଗ୍ୟ ଯେ ,ଅପରେସନ୍‌ ସମାଧାନ ନାମରେ ନିରିହ ଜନତାଙ୍କ ଉପରେ ଜୁଲୁମ କରାଯାଉଛି ବୋଲି ନକ୍ସଲମାନେ ଅଭିଯୋଗ କରୁଛନ୍ତି। କେନ୍ଦ୍ରର ଭଜପା ସରକାର, ଓଡ଼ିଶାର ବିଜେଡ଼ି ସରକାର ଓ ଆନ୍ଧ୍ରପ୍ରଦେଶର ଟିଡ଼ିପି ସରକାରକୁ ଟାର୍ଗେଟ୍‌ କରି ନକ୍ସଲ ସଙ୍ଗଠନ ଗୁଡ଼ିକ ଗତ ୨୫ ତାରିଖ ଠାରୁ ମେଳି କରୁଛନ୍ତି।ଆଜି ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଳନ କରୁଚନ୍ତି। ଏଥିପାଇଁ ବହୁ ସ୍ଥାନରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି।

By amfnews

Related Post