Sat. Mar 7th, 2026

ରାସ୍ତାରୁ ମିଳିଲା ଅଧ୍ୟାପକଙ୍କ ମୃତଦେହ

142 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବିରୁଳିଗଡ଼ ରାସ୍ତାରୁ ଜଣେ ଅଧ୍ୟାପକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶ୍ୱିନୀ କୁମାର ମିଶ୍ର। ସେ ରମ୍ଭା ସ୍ଥିତ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟାପକ ଥିଲେ।

ଅଶ୍ୱିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିଭଳି ତାଙ୍କର ଗୋଟିଏ ଗୋଡ଼ ଉପରେ ତାଙ୍କ ବୁଲେଟ୍‌ ପଡ଼ିଥିଲା। ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରମ୍ଭା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post