Sun. Mar 8th, 2026

ରାଷ୍ଟ୍ରୀୟ ପ୍ରସଙ୍ଗ ନୁହେଁ, ଏସବୁକୁ ନେଇ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଲଢିବ ବିଜେପି!

228 Views

ନୂଆଦିଲ୍ଲୀ: ହରିଆନା ଏବଂ ମହାରାଷ୍ଟ୍ରରେ ବିଜେପି ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ବ ନ ଦେଇ କେବଳ ରାଷ୍ଟ୍ରୀୟ ପ୍ରସଙ୍ଗକୁ ନେଇ ଲଢୁଥିବାରୁ ଦଳ ଏଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ପାଇପାରିଲାନାହିଁ । ଏକଥାକୁ ଆଖିରେ ରଖି ବିଜେପି ଝାଡ଼ଖଣ୍ଡ ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରୁଥିବା କୁହାଯାଉଛି।

କୁହାଯାଉଛି ଯେ ଦଳ ରାଜ୍ୟରେ ବିକାଶ, ସ୍ଥିରତା,ନକ୍ସଲବାଦ ଉପରେ ଅଙ୍କୁଶ ଏବଂ ସରକାରୀ ଯୋଜନାର ସଫଳତା ଆଦି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିବ। ତା’ଛଡ଼ା ଆଦିବାସୀ କାର୍ଡ ବି ଖେଳିପାରେ ବୋଲି ଚର୍ଚ୍ଚା ହେଉଛି।

ଖାଲି ସେତିକି ନୁହେଁ, ଗତ ସରକାରରେ ଖରାପ ପ୍ରଦର୍ଶନ କରିଥିବା ମନ୍ତ୍ରୀଏବଂ ବିଧାୟକଙ୍କୁ ଟିକଟ ନ ଦେବଲାଗି ବି ବୋଲି ଦଳ ସ୍ଥିର କରିଛି ବୋଲି କୁହାଯାଉଛି। ଏନେଇ ବିଜେପି ପକ୍ଷରୁ ସଂକେତ ଦିଆଯାଇଛି ଯେ,ଯେତେ ବଡ଼ ନେତା ହୁଅନ୍ତୁ ନା କାହିଁକି ଯଦି ସେ ମାପଦଣ୍ଡ ଏବଂ ଦଳର ବିଚାର ସହ ଖାପ ଖୁଆଇ ପାରି ନଥିବେ ସେଭଳି ନେତାଙ୍କୁ ଏଥର ଟିକେଟ ଦିଆଯିବ ନାହିଁ।

By amfnews

Related Post