Sat. Mar 7th, 2026

ରାଶନ କାର୍ଡ ରେ ଅନିୟମିତତା, ଉପଜିଲ୍ଲାପାଳଙ୍କ ଠାରେ ଫେରାଦ

317 Views

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଧୋବଶିଳା ପଂଚାୟତ ରେ ରାଶନ କାର୍ଡ ରେ ଅନିୟମିତତା ନେଇ ଉପଜିଲ୍ଲାପାଳଙ୍କଠାରେ ଆଜି ଫେରାଦ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ । ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଏବେ କରୋନା ସମୟରେ ବହୁ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ପାଇବାରେରେ ବଂଚିତ ଥିବାରୁ ରାଶନ ସାମଗ୍ରୀ ପାଇପାରିନଥିବାବେଳେ ସରକାରୀ ସ୍ତରରେ ତଦନ୍ତ ହୋଇ ନୂଆ କାର୍ଡ ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ତେବେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ରାଶନ କାର୍ଡ ମିଳିଛି | ସେହିପରି ଧୋବଶିଳା ପଂଚାୟତର ବହୁ ଅଯୋଗ୍ୟ ହିତାଧିକାରୀ ଯେଉଁମାନଙ୍କର କୋଠା ,ଚାରିଚାକିଆ ଯାନ ରହିଛି ସେମାନଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଇଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି |

ତେଣୁ ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ନେଇ ଆଜି ଉପଜିଲ୍ଲାପାଳଙ୍କ ଠାରେ ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସହାୟତାରେ ଗ୍ରାମବାସୀମାନେ ଫେରାଦ ହୋଇଛନ୍ତି। ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ଯୋଗାଇଦେବାକୁ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି |

By amfnews

Related Post